୧୬ତମ ଧନେଶ୍ୱର ମେମୋରିଆଲ ଟ୍ରଫି୍ ଉଦ୍ଯାପିତ
ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍): ଡେଲାଙ୍ଗ ବ୍ଳକର ନିଁପୁର ଗ୍ରାମ ପଡିଆରେ ୧୬ ତମ ଧନେଶ୍ୱର ମେମୋରିଆଲ କ୍ରିକେଟ ଟ୍ରଫି ଶନିବାର ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ନିଁପୁର କ୍ରିକେଟ ଟିମ୍ ଓ ତିରମଲ୍ଲ କ୍ରିକେଟ ଦଳ ମଧ୍ୟରେ ହୋଇଥିଲା । ପ୍ରଥମେ ନିଁପୁର ସମସ୍ତ ଉଇକେଟ ହରାଇ ୯୩ ରନ କରିଥିଲା । ଜବାବରେ ତିରମଲ୍ଲ ୯୪ ରନ କରି ବିଜୟୀ ହୋଇଥିଲେ । ନେତ୍ରାନନ୍ଦ ମାଝୀ ଓ ବିକ୍ରମ କେଶରୀ ସୁବୁଦ୍ଧି ଖେଳ ପରିଚାଳନା କରିଥିଲେ । ଅତିଥି ଭାବେ ଶିକ୍ଷକ ଦିବମ୍ବର ରଥ ଯୋଗଦେଇ ଚାମ୍ପିଅନ ଦଳକୁ ଟ୍ରଫି ଓ ରନର୍ସ ଦଳକୁ ରନର୍ସ କପ ପ୍ରଦାନ କରିଥିଲେ । ଫଟୋନଂ ୬୯୭୯


