୧୬ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ସାଜେଦାଙ୍କ ନିର୍ବାଚନ ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳର ୧୬ନମ୍ବର ୱାର୍ଡରେ ବିଜୁ ଜନତା ଦଳର କାଉନସିଲର ପ୍ରାର୍ଥୀ ସାଜେଦା ଖାନମ ତାଙ୍କ ନିର୍ବାଚନୀ ପ୍ରଚାର ଚଳାଇଥିବା ଦେଖାଯାଇଛି । ସେହି ୱାର୍ଡର ପ୍ରତ୍ୟେକ ଘରକୁ ଘର ବୁଲି ସାଜେଦା ଲୋକମାନଙ୍କୁ ଭେଟି ଆଗାମୀ ପୈାର ନିର୍ବାଚନରେ ତାଙ୍କୁ ଶଙ୍ଖ ଚିହ୍ନରେ ସୁଇଚ ଟିପି ଭୋଟଦାନ କରିବାକୁ ନିବେଦନ କରିଛନ୍ତି । ସାଜେଦାଙ୍କ ସ୍ୱାମୀ ମହମ୍ମଦ ନିୟାଜ(ମତୁ)ଜଣେ ପରପୋକାରୀ, ମିଷ୍ଟଭାଷି, ମେଳାପି ବ୍ୟକ୍ତିତ୍ୱ ଭାବେ ସାଧାରଣରେ ପରିଚିତ । ବିଭିନ୍ନ ଅସୁବିଧା ସମୟରେ ଏବଂ ମୁଖ୍ୟତଃ ଡାକ୍ତରଖାନାରେ ଚିକିତ୍ସିତ ବେଳେ ରୋଗୀମାନଙ୍କୁ ମତୁ ଆକୁଣ୍ଠ ଚିତରେ ସାହାଯ୍ୟ ଓ ସହଯୋଗ କରିଥାନ୍ତି । ତେଣୁ ମତୁଙ୍କ ପ୍ରତି ସେହି ୱାର୍ଡର ଲୋକମାନଙ୍କ ଏକ ସ୍ୱତନ୍ତ ଭଲପାଇବା ରହିଛି । ସାଜେଦା ଜଣେ ମେଳାପି ଓ ମିଷ୍ଟଭାଷି ମହିଳା ହୋଇଥିବାରୁ ତାଙ୍କ ଭୋଟ ପ୍ରଚାର ବେଳେ ଲୋକମାନେ ତାଙ୍କ ପ୍ରତି ସମର୍ଥନ ଦେଉଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ବିକାଶ ମୂଳକ ଯୋଜନାକୁ ନେଇ ସାଜେଦା ଲୋକମାନଙ୍କୁ ଭେଟି ଭୋଟ ପ୍ରଚାର କରୁଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ