୧୬ରୁ ତାତି ବଢ଼ିବ
ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ରାଜ୍ୟବ୍ୟାପୀ ତାପମାତ୍ରା ବଢ଼ିବ । ଆଭ୍ୟନ୍ତରୀଣରୁ ନେଇ ଉପକୂଳ ଓଡ଼ିଶା ଯାଏଁ ଅସହ୍ୟ ଗରମ ଅନୁଭୂତ ହେବ । ଉପକୂଳରେ ପାରଦ ୪୦ ଡିଗ୍ରୀ ସେଲସିୟସ ଡେଇଁବାର ଥିବାବେଳେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ।
ରାଜ୍ୟର ୫ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଥିଲା । ତାଳଚେର ସର୍ବାଧିକ ୪୨.୧ ଡିଗ୍ରୀ ତାତିରେ ସିଝିଥିବା ବେଳେ ଟିଟିଲାଗଡ଼ ୪୨, ଭବାନୀପାଟଣା ୪୦.୫, ମାଲକାନଗିରି ୪୦, ପାରଳାଖେମୁଣ୍ଡି ୪୦ ଡିଗ୍ରୀ ସେଲସିୟସରେ ନାକେଦମ ହୋଇଛି । ଉପକୂଳ ଓଡ଼ିଶାରେ ପାରଦ ୩୭ ଡିଗ୍ରୀ ଅତିକ୍ରମ କରିଛି । ଭୁବନେଶ୍ୱର ପାରଦ ୩୮ ଡିଗ୍ରୀରେ ପହଞ୍ଚିଛି । ରାଜ୍ୟରେ ଗରମ ପ୍ରକୋପ ବଢ଼ିଛି । ଆସନ୍ତା ୫ ଦିନ ଯାଏଁ କାଳବୈଶାଖୀ ଜାରି ରହିବ । ତା ପରେ ଅସହ୍ୟ ଗରମ ଅନୁଭୂତ ହେବବୋଲି ପାଣିପାଗ ବିଜ୍ଞାନୀମାନେ ମତପ୍ରକାଶ କରିଛନ୍ତି ।