୧୬୦ ଲିଟରରୁ ଉର୍ଦ୍ଧ୍ବ ମଦ ଜବତ, ୫ ଗିରଫ

ବ୍ରହ୍ମପୁର,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଜିଲ୍ଲା ଅବକାରୀ ଅଧିକ୍ଷକ ରାମେନ୍ଦ୍ର କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଜିଲ୍ଲା ଉପ ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ ଓ ମାଜିଷ୍ଟ୍ରେଟ ତଥା ଚିକିଟି ତହସିଲଦାର ହରପ୍ରସାଦ ଭୋଇଙ୍କ ନେତୃତ୍ୱରେ ଅବକାରୀ ବିଭାଗ ବିଭାଗ ଅଧିକାରୀ ଓ ଦୁଇ ପ୍ଲାଟୁନ ଏପିଆର ଫୋର୍ସ ସହ ସୋରଳ, ଧାନଗଡ଼ ଓ ମାଳକୁଟ ଗ୍ରାମରେ ଚଢ଼ାଉ କରି ୮୦ ଲିଟର ବେଆଇନ ଚୋରା ମଦ, ୨୧.୬୦୦ ଲଟର ନକଲି ବ୍ରାଣ୍ଡ ବିଦେଶୀ ମଦ , ୨୨.୦୫୦ ଲିଟର ବିଅର ଓ ୪୦ ଲିଟର ଦେଶୀ ଭାଟି ମଦ ଜବତ କରିବା ସହ ପାଞ୍ଚ ଜଣଙ୍କୁ ଗିରଫ କରିଥିଲେ। ଗିରଫ ବ୍ୟକ୍ତି ୫ ଜଣ ହେଲେ ସୋରଳ ଗ୍ରାମର ଦେବେନ୍ଦ୍ର ବେହେରା ଓ ଡମ୍ବୁରୁ ବେହେରା, ଧାନଗଡ ଗ୍ରାମର ସୁଶାନ୍ତ କୁମାର ସାହୁ ଏବଂ ମାଳକୁଟ ଗ୍ରାମର ରାମଚନ୍ଦ୍ର ମଲ୍ଲିକ ଓ ଅରକ୍ଷିତ ମଲ୍ଲିକ। ଚଢ଼ାଉ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିବା ଅନ୍ୟମାନେ ହେଲେ ଚିକିଟି ଅବକାରୀ ଥାନା ନିରୀକ୍ଷକ ବାଳକୃଷ୍ଣ ପରିଡା, ବ୍ରହ୍ମପୁର ସଦର ଅବକାରୀ ନିରୀକ୍ଷକ ଆର.ଆଇ. ହାଁସଦ, ଚିକିଟି ଅବକାରୀ ଓଆଇସି ତପସ୍ୱିନୀ ବରାଳ, ଅଫିସ ଅବକାରୀ ଉପ ନିରୀକ୍ଷକ ଶ୍ରୀଧର ମହାନ୍ତି, ଦକ୍ଷିଣାଞ୍ଚଳ ଡିଭିଜନ ଅଫିଶ ଉପ ନିରୀକ୍ଷକ ସଞ୍ଜୟ କାଣ୍ଡି, ଗୋଳନ୍ଥରା ଓଆଇସି ସୁବାସ ମହାଙ୍କୁଡ଼, ଉପ ଅବକାରୀ ଅଧିକ୍ଷକ ଅଫିସ ସହକାରୀ ଉପ ନିରୀକ୍ଷକ ସୁଦର୍ଶନ ବିଷୋୟୀ ଓ ଦଣ୍ଡ ଶବର, ଏବଂ ବ୍ରହ୍ମପୁର ସଦର ଦ୍ଵିତୀୟ ଅବକାରୀ ଥାନା ସହକାରୀ ଉପ ନିରୀକ୍ଷକ ପ୍ରଦୀପ କୁମାର ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ବୃନ୍ଦ ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ