୧୬ ଘଣ୍ଟା ପରେ କୂଅରୁ ବୃଦ୍ଧ ଉଦ୍ଧାର

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-୧୬ ଘଣ୍ଟା ପରେ କୂଅରୁ ଜୀବିତ ଉଦ୍ଧାର ହେଲେ ବୃଦ୍ଧ । ଉଦ୍ଧାର କଲା ଅଗ୍ନିଶମ ବାହିନୀ । ୧୬ ଘଣ୍ଟାରୁ ଉର୍ଦ୍ଧ ହେବ କୂଅ ଭିତରେ ପଡି ରହିଥିଲେ ଜଣେ ୬୦ ବର୍ଷୀୟ ବୃଦ୍ଧ । ଆଜି ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲକୁ ପଠାଇଛି ଅଗ୍ନିଶମ ବାହିନୀ । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଯଶୀପୁର ଥାନା ଅଞ୍ଚଳ ର କେଁଝରା ଗାଁରେ । ଖବର ଅନୁଯାୟୀ, ଶନିବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲା ସାହାରପଡାର ଅଞ୍ଚଳ ର ରାମଚନ୍ଦ୍ର ଦାସ ନିଜ ସମ୍ପର୍କୀୟଙ୍କ ଘରକୁ ଯିବା ସମୟରେ କେଁଝରା ଗାଁ କାଜୁ ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରକୁ ଖସି ପଡ଼ିଥିଲେ । ରବିବାର ସେହି ରାସ୍ତା ଦେଇ ଗାଁର କିଛି ମହିଳା ଯାଉଥିବା ସମୟରେ କୂଅ ଭିତରୁ ଶବ୍ଦ ଶୁଣି ନିକଟକୁ ଗଲା ପରେ,  ବୃଦ୍ଧ ଜଣଙ୍କ କୂଅ ଭିତରେ ପଡି ଚିତ୍କାର କରୁଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଏନେଇ ସେମାନେ ଗାଁରେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଵୃଦ୍ଧଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଯଶୀପୁର ମେଡ଼ିକାଲକୁ ପଠାଇଛି । ସୋଭାଗ୍ୟ ବଶତଃ କୂଅ ରେ ପାଣି ନଥିଲା କୂଅଟି ଶୁଖିଲା ଥିଲା କୂଅ ଭିତରେ ପଡିଯିବା ଯୋଗୁଁ ବୃଦ୍ଧଙ୍କ ଛାତି ଓ ଗୋଡ଼ରେ ଆଘାତ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ