୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ଗତ କିଛିଦିନ ଧରି ପାଗ ବଦଳି ଯାଇଛି । ଖରାର ତାଉ ଯେତିକି ବଢ଼ୁଛି, ବର୍ଷା ବି ସେତିକି କାଚୁଛି । ବିହାର ଓ ଛତିଶଗଡ଼ ଉପରେ ସୃଷ୍ଟ ଟ୍ରପ ଲାଇନ ଯୋଗୁଁ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷାର ସମ୍ଭାବନା ରହିଛି । ବିଶେଷକରି ଉତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ଅଛି । ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେ଼ଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, କଟକ, ନୟାଗଡ଼, ମାଲକାନାଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା କରାଯାଇଛି । ଅପରପକ୍ଷରେ ମୌସୁମୀ ସକ୍ରିୟ ରହିଛି । ମୌସୁମୀ ଧିରେଧିରେ ଅଗ୍ରଗତି କରୁଥିବାବେଳେ ରଜ ବେଳକୁ ଓଡ଼ିଶାରେ ପହଁଚିବାର ସମ୍ଭାବନା ରହିଛି । ଚଳିତ ବର୍ଷ ସାମାନ୍ୟ ବିଳମ୍ବରେ ବର୍ଷା ଆସିଥିଲେବି ଭଲ ବର୍ଷା ହେବବୋଲି ଆକଳନ କରାଯାଇଛି ।


