୧୬ ଟି ନବନିର୍ମିତ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରାୟ ୧୫ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନିମାପଡ଼ା ବ୍ଲକ ର ୧୬ ଟି ନୂତନ ପାନୀୟ ଜଳ ପ୍ରକଳ୍ପ କୁ ବିଧାୟକ ସମୀର ରଞ୍ଜନ ଦାଶ ଆଜି ଉଦଘାଟିତ କରିଛନ୍ତି।ନିମାପଡାବ୍ଲକ ରଅଲଣ୍ଡା,ବଡ଼ମାଛପୁର,ବାହାରେଣା,ମିଟେଇପୁର,ତୁଳସୀପୁର,ରେଞ୍ଚ,ଗଡପଦନପୁର, ଭୋଦର, ଭିଲିଗ୍ରାମ,ପ୍ରଭୁତି ୧୧ଟି ପଞ୍ଚାୟତ ର ୧୬ଟି ନବନିର୍ମିତ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ହୋଇଯାଇଛି। ଫଳରେ ଆଜି ଠାରୁ ୧୧ ପଞ୍ଚାୟତ ର ପ୍ରାୟ ୨୫ ହଜାର ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ରାଜ୍ଯ ସରକାରପ୍ରତି ଗ୍ରାମ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାକୁ ବସୁଧା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ରେ ଏହି ସବୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିବା ବିଧାୟକ ଶ୍ରୀ ଦାଶ ସୂଚନା ଦେଇଥିଲେ। ଏହି ଉଦଘାଟନ ଉତ୍ସବ ରେ ମନ୍ତ୍ରୀ ଶ୍ରୀ ଦାଶ ଙ୍କ ସହିତ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ବିଜେଡି ବ୍ଲକ ସଭାପତି ଅଶୋକ ସାହୁ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ସଭ୍ୟା କୁଞ୍ଜଲତା ସାମଲ, ରବୀନ୍ଦ୍ର ମଲ୍ଲିକ, ସସ୍ମିତା ନାୟକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ସ୍ଵାଇଁ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ