୧୭ ନୂଆ ଗ୍ରହର ସନ୍ଧାନ
ଟରଣ୍ଟୋ: ଗତ ୪ ବର୍ଷ ମଧ୍ୟରେ ନାସା ୧୭ଟି ନୂଆ ଗ୍ରହର ସନ୍ଧାନ ପାଇଛି। ସେଥିମଧ୍ୟରେ ଗୋଟିଏ ପୃଥିବୀ ଭଳି ବାସ ଉପଯୋଗୀ ଗ୍ରହ ଥିବା ନାସା ପକ୍ଷରୁ କୁହାଯାଇଛି। ନାସା ପକ୍ଷରୁ ଏହି ବାସଉପଯୋଗ୍ୟ ଗ୍ରହକୁ କେଆଇସି-୭୩୪୦୨୮୮-ବି ଭାବେ ନାମିତ କରାଯାଇଛି। ଏହି ଗ୍ରହଟି ପୃଥିବୀଠାରୁ ଦେଢ଼ଗୁଣା ବଡ଼। ଏଠାରେ ଏଲିଅନ୍ ଥିବାର ସମ୍ଭାବନା ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। ଏଠାକାର ପରିବେଶ ନେଇ ଅଧିକ ଗବେଷଣା କରାଯାଉଛି। ଭବିଷ୍ୟତରେ ଏହି ଗ୍ରହ ସହିତ ଯୋଗାଯୋଗ କରାଯାଇପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ପୃଥିବୀ ପରି ବାସୋପଯୋଗୀ ଗ୍ରହର ସନ୍ଧାନ ପାଇଁ ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଜାରି ରଖିଛନ୍ତି। ଏହି ପ୍ରସଙ୍ଗରେ ନାସା ପକ୍ଷରୁ ମହାକାଶ ଗବେଷଣା କାର୍ଯ୍ୟ ଅବ୍ୟାହତ ରହିଛି।