୧୭ ବର୍ଷରୁ କମ ବାଳିକା ରାଜ୍ୟସ୍ତରୀୟ କ୍ରିକେଟ ପାଇଁ କେନ୍ଦୁଝର ଦଳର ମୟୁରଭଞ୍ଜ ଯାତ୍ରା

ହାଟଡିହି, (ବିକାଶ ବିଶ୍ୱାଳ):ସତର ବର୍ଷରୁ କମ ବାଳିକା ରାଜ୍ୟସ୍ତରୀୟ କ୍ରିକେଟ ପାଇଁ କେନ୍ଦୁଝର ଦଳର ୧୬ଜଣିଆ ପ୍ରତିନିଧି ଦଳ ଆଜି ମୟୁରଭଞ୍ଜ ଯାତ୍ରା କରିଛି। ଚଳିତ ମାସ ୨ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ ଏମ୍.କେ.ସି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ ବାଳିକା ବିଭାଗ କ୍ରିକେଟରେ ଭାଗ ନେବାକୁ କେନ୍ଦୁଝର ଜିଲ୍ଲାର ୧୬ ଜଣିଆ ଟିମ ମୟୁରଭଞ୍ଜ ଗ୍ରସ୍ଥ କରିଛନ୍ତି। ଏହି ଦଳରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରୁ ୮ଜଣ , ବଞ୍ଚୋ ବରାହୀ ହାଇସ୍କୁଲର ୪ଜଣ, ହାଟଡିହି ହାଇସ୍କୁଲରୁ ୧ଜଣ, ବିଶ୍ଵତାରିଣୀ ମହିଳା ଉଚ୍ଚମାଧମିକ ବିଦ୍ୟାଳୟରୁ ଜଣେ, ହାଟଡିହି ଆଞ୍ଚଳିକ ବିଦ୍ୟାଳୟରୁ ଜଣେ, କେନ୍ଦୁଝର ଗାୟତ୍ରୀ ଆବାସିକ ବିଦ୍ୟାଳୟରୁ ଜଣେ ଏହି ଦଳରେ ସାମିଲ ଅଛନ୍ତି। ଖେଳ ଶିକ୍ଷକ ପଦ୍ମନାଭ ସାମଲ, ଜ୍ୟୋତ୍ସ୍ନାମୟୀ ଭଞ୍ଜ ମ୍ୟାନେଜର ଭାବେ ଦଳ ସହିତ ଯାଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଗୌରୀରାଣୀ ନାଇକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ପବିତ୍ର ମୋହନ ବାରିକ, ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଶ, ଏ.ବି.ଇ.ଓ ପ୍ରମୋଦ କୁମାର ନାୟକ, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଫକିର ମୋହନ ମହାନ୍ତ, ଓଷ୍ଟାର ରାଜ୍ୟ ଯୁଗ୍ମ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ବ୍ଲକ ସଭାପତି ନବଘନ ନାୟକ, ସମ୍ପାଦକ ଶିଶିର କୁମାର ବିଶ୍ୱାଳ, ବ୍ଲକ କ୍ରୀଡା ଶିକ୍ଷକ ସଂଘର ସଭାପତି ସତ୍ୟବ୍ରତ ସାମଲ, ହାଟଡିହି କଲେଜର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ, ବିଶ୍ଵତାରିଣୀ ମହିଳା ଉଚ୍ଚମାଧମିକ ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ମିଶ୍ର, ବରାହୀ ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଆଲମଣୀ ସେଠୀ, ହାଟଡିହି ହାଇସ୍କୁଲର ପ୍ରଧାନଶିକ୍ଷକ ପରମାନନ୍ଦ ପରିଡା, ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ବାଳଙ୍କ ସମେତ ଶିକ୍ଷକ ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ ପ୍ରମୁଖ କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ