୧୭ ବର୍ଷ ଧରି ଭଙ୍ଗାକୁଡ଼ିଆରେ ଜୀବନ ବିତାଉଛନ୍ତି ଜଣେ ଅଧାପୋଡ଼ା ମଣିଷ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନର ସରକାର ରାଜ୍ୟକୁ ଶାସନ କରିବାର ପ୍ରାୟ ୨୨ ବର୍ଷ ବିତିଲାଣି । ତଥାପି ଆଜି ମଧ୍ୟ ଅନେକ ବିନା ଘରରେ ଜୀବନ ବିତାଉଛନ୍ତି। ଗତ ୧୭ ବର୍ଷ ହେଲା ଏକ ଭଙ୍ଗାକୁଡ଼ିଆରେ ଜୀବନ ବିତାଉଛନ୍ତି ଜଣେ ଅଧାପୋଡ଼ା ମଣିଷ । ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଳକର ତଲାରିମାହା ପଞ୍ଚାୟତର ପ୍ରଧାନପଡ଼ା ଗ୍ରାମରେ, ଗ୍ରାମର ତପନ କହଁର (୫୩)ଙ୍କର ଗତ ୨୦୦୩ ମସିହାରେ କୌଣସି ପ୍ରକାର ନିଆଁରେ ସେ ପୋଡ଼ି ହୋଇଯାଇଥିଲେ । ଏହି ନିଆଁରେ ପୋଡ଼ିହେବା ଫଳରେ ତାଙ୍କର ଗୋଡ଼ ସହିତ ହାତ ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଛି । ଅର୍ଥର ଅଭାବ ଯୋଗୁଁ ଅଧିକ ଚିକିତ୍ସା କରିପାରୁନାହାନ୍ତି ତପନଙ୍କ ପରିବାର । ଫଳରେ ଦିନକୁ ଦିନ ଅନ୍ୟ ରୋଗ ସଂକ୍ରମିତ ହୋଇ ବର୍ତ୍ତମାନ ପୋଡ଼ିଯାଇଥିବା ଅଂଶ ନଷ୍ଟହେବାକୁ ବସିଲାଣି । ପରିବାର କହିଲେ ,ସ୍ତ୍ରୀ ଓ ପୁଅ-ବୋହୁ ମଧ୍ୟ ଅଛନ୍ତି । ତେବେ ଶରୀର ଜଳିପୋଡ଼ି ଯାଇଥିବା ଓ ତାହା ଦିନକୁ ଦିନ ଅଜଣା ରୋଗରେ ଆକାନ୍ତ ଯୋଗୁଁ ଗତ ୧୭ ବର୍ଷ ହେଲା ସେ ଭିନ୍ନଏକ କୁଡ଼ିଆରେ ଜୀବନ ବିତାଉଛନ୍ତି । ପଡ଼ୋଶୀରେ ପରିବାର ଲୋକେ ରହୁଥିଲେ ମଧ୍ୟ ସେମାନଙ୍କର ଆଥିର୍କ ସ୍ଥିତି ସେତେ ସ୍ୱଚ୍ଛଳ ନୁହେଁ । ବର୍ତ୍ତମାନ ତପନ ଚଲାବୁଲା କରିବା ମଧ୍ୟ ସମ୍ଭବ ହେଉନାହିଁ ବୋଲି ପ୍ରକାଶ କରିଛନ୍ତି । ପୂର୍ବରୁ ସେ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେହିଭଳି କିଛି ସୁବିଧା ପାଇ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ପରିବାର ମଧ୍ୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିଛନ୍ତି ସହଯୋଗ ପାଇଁ କିମ୍ବା କିଛି ସଫଳ ହୋଇ ନାହିଁ ବୋଲି ପ୍ରକାଶ କରିଛନ୍ତି ତପନଙ୍କ ସ୍ତ୍ରୀ । ଆଜି ପର୍ଯ୍ୟନ୍ତ ଏହି ଅସହାୟ ପରିବାରକୁ ମିଳିନାହିଁ ସରକାରୀ ସ୍ତରରେ କୌଣସି ପ୍ରକାର ସାହାର୍ଯ୍ୟ ଓ ସହଯୋଗ । ଜୀବନ ଓ ମରଣ ସହିତ ସଂଗ୍ରାମ କରୁଛନ୍ତି ତପନ । ବୟସ ହୋଇନଥିବାରୁ ଭତ୍ତା ମିଳୁନଥିବା ବେଳେ ସେ ସଂପୂର୍ଣ୍ଣଭାବେ ଅର୍କମଣ୍ୟ ବୋଲି ଜଣାପଡ଼ଥିଲେ ମଧ୍ୟ କେହି ଦିନେ ମଧ୍ୟ ଆହାପଦେ କହିନାହାନ୍ତି । ଏଭଳି ସ୍ଥଳେ ଏହି ଅସହାୟ ତପନଙ୍କୁ ତୁରନ୍ତ ସମସ୍ତ ପ୍ରକାର ଚିକିତ୍ସା ସେବା ମାଗଣାରେଯୋଗାଇ ଦେବା ସହିତ ଏହି ପରିବାରକୁ ଘରଖଣ୍ଡେ ଓ ଭତ୍ତା ପ୍ରଦାନ ସହିତ ବିିଭିନ୍ନ ସାମାଜିକ ଯୋଜନାରେ ସାମିଲ୍ କରିବା ପାଇଁ ଗଟାମାହା ଗ୍ରାମର ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତି କନ୍ଧମାଳ ଜିଲା ପ୍ରଶାସନ ଓ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।