୧୮ସହ ଲିଟର ପୋଚ ୮୬ଲିଟର ମଦ ଜବତ; ତିନି ଗିରଫ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ନିର୍ଦେଶ କ୍ରମେ ରା.ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ମୋହନା ଅଞ୍ଚଳର ଲୁହାଗୁଡି, ଗଣି,ଟିଆମା,ମାଣିକପୁର,ଆଦିଅଞ୍ଚଳରେ ଚଡ଼ାଉକରି ଗୁଡ଼ ମହୁଲ ମିଶା ୧୮ସହ ଲିଟର ପୋଚ ନଷ୍ଟ କରିବା ସହ ୮୬ଲିଟର ରନ୍ଧାମଦ ଜବତ କରିଛି ଅବକାରୀ ବିଭାଗ | ଏଥିରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି, ସେମାନେ ହେଲେ ମାଣିକପୁରଗାଁ ର ରମାକାନ୍ତ ଶବର ଓ ପୁନିତ ଶବର ହିକିରିକୁପାର ରଜନୀ ନାୟକ | ଏହି ଚଡାଉ ରେ ଅବକାରୀ ବିଭାଗର କିଶ୍ୱର ଘଡେଇ, ଶମ୍ଭୁ ଶଙ୍କର ଜେନା, ପ୍ରଭାତ ନଗବଂଶ, ହରପ୍ରିୟା ଦେବୀ ଉପସ୍ଥିତ ଥିଲେ |