୧୮୧ତମ ପ୍ରତିଷ୍ଠାତା ଦିବସ ପାଳନ ପାଇଁ ଟାଟାଷ୍ଟିଲରପ୍ରସ୍ତୁତି

ଯୋଡ଼ା : ଟାଟା ଷ୍ଟିଲ ଓ ଏମ୍‌କ୍ୟୁ ବିଭାଗର ଯୋଡ଼ା କାର୍ଯ୍ୟକ୍ଷେତ୍ର ଜାମସେତ୍‌ଜୀ ନସରେୱନ୍‌ଜୀ ଟାଟାଙ୍କ ୧୮୧ତମ ଜନ୍ମବାର୍ଷିକୀ ଅବସରରେ ମାର୍ଚ୍ଚ ୩ ତାରିଖ ଦିନ ପ୍ରତିଷ୍ଠାତା ଦିବସ ପାଳନ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛି ।ଟାଟାଷ୍ଟିଲ ପକ୍ଷରୁ ‘ସଂଯୋଗୀକରଣ, ସତର୍କ-ଦୀର୍ଘସ୍ଥାୟୀ: ଭବିଷ୍ୟତ ପାଇଁ ପ୍ରସ୍ତୁତ’ କୁଚଳିତ ବର୍ଷର ବିଷୟବସ୍ତୁଭାବେ ସ୍ଥିର କରାଯାଇଛି ।
ପଶ୍ଚିମ ଯୋଡ଼ା ପରିସରରୁ ସକାଳ ୭ଟା୧୫ରେ ଛାତ୍ରଛାତ୍ରୀମାନଙ୍କ ପ୍ରଭାତଫେରୀ ସହିତ ଯୋଡ଼ାଠାରେ ଏହି ଦିନିକିଆ ଉତ୍ସବର ଶୁଭାରମ୍ଭ ହେବ । ସକାଳ ୮ଟା ୩୦ରେ ଜେସିଓ କାର୍ଯ୍ୟାଳୟରେ ପରିସରରେ ପ୍ରଭାତଫେରି ସମାପ୍ତ ହେବା ସହିତ କର୍ମଚାରୀ ମାନଙ୍କ ଦ୍ୱାରା ଜେଏନ୍‌ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ।ଏହା ସହିତ ଟାଟାଷ୍ଟିଲ ହସ୍ପିଟାଲରେ ରୋଗୀମାନଙ୍କୁ ମିଷ୍ଟାନ୍ନବଣ୍ଟନ କରାଯିବ ।
ଏହାପରେ ସକାଳ ୯ଟା ୩୦ରେ ଜେସିଓ ଏବଂ ଖଣ୍ଡବନ୍ଧ ଲୌହ ଖଣି କର୍ମଚାରୀଙ୍କ ନିମନ୍ତେ ପଶ୍ଚିମ ଯୋଡ଼ାସ୍ଥିତ ଧନ୍ଦାମୂଳକ ପ୍ରଶିକ୍ଷଣକେନ୍ଦ୍ର ପଡ଼ିଆରେ ବିଭିନ୍ନକ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜିତ ହେବ । ସେହିପରି ଅପରାହ୍ନ ୧ଟା.୩୦ରୁ ପୂର୍ବ ଯୋଡ଼ା ସ୍ଥିତ ହାତୀ ପାର୍କରେ ଯୋଡ଼ା ପୂର୍ବ ଲୌହ ଖଣି କର୍ମଚାରୀଙ୍କ ପାଇଁ ସମାନ ପ୍ରକାର କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।
ଏହାବ୍ୟତୀତ ଆସନ୍ତାମାର୍ଚ୍ଚ ୩ ତାରିଖସନ୍ଧ୍ୟା ୬ଟା ୩୦ରେ ପଶ୍ଚିମ ଯୋଡ଼ା ସ୍ଥିତ ସାର ଦୋରବାଜୀ ଟାଟା ବଟାନିକାଲ ପାର୍କ, ସେଣ୍ଟେନାରୀ ପାର୍କ, ଏଫ୍‌ଏପି କାରଖାନା ସମ୍ମୁଖ ଓ ପୂର୍ବ ଯୋଡ଼ା ସ୍ଥିତ ବର୍ଷାଜଳ ସଂରକ୍ଷଣ ପାର୍କରେ ପ୍ରଦୀପ ପ୍ରଜ୍ୱଳନ କରାଯିବାର କାର୍ଯ୍ୟକ୍ରମ ରହିଛି ।ଏଠାରେ ଉଲ୍ଳେଖ ଯୋଗ୍ୟ ଯେ, ଜାମ୍‌ସେତ୍‌ଜୀ ନସରେୱନ୍‌ ଜୀଟାଟା (ମାର୍ଚ୍ଚ ୩, ୧୮୩୯- ମେ ୧୯, ୧୯୦୪) ଭାରତର ଅଗ୍ରଣୀଶିଳ୍ପପତି ଥିଲେ, ଯିଏ ଭାରତର ସର୍ବବୃହତ୍ତ ଗ୍ରୁପ୍‌ କମ୍ପାନୀ ଟାଟାଗ୍ରୁପ୍ ପ୍ରତିଷ୍ଠା କରିଥିଲେ । ଏହି କିମ୍ବଦନ୍ତୀ ପୁରୁଷଙ୍କୁ ଭାରତୀୟ ଶିଳ୍ପଜଗତର ପିତା ବୋଲି ବିବେଚନା କରାଯାଇଛି । ଜେଏନ୍‌ ଟାଟା ୧୮୩୯ ମସିହା ମାର୍ଚ୍ଚ ୩ ତାରିଖରେ ନବସାରୀରେ ଜନ୍ମଗ୍ରହଣ କରିଥିଲେ । ସେ ହଂକଂରେ ତାଙ୍କ ପିତାଙ୍କ ଫାର୍ମ ନସରେ ୱନ୍‌ଜୀ ଓ କାଲିଣ୍ଡାସ ଜେନେରାଲ ମର୍ଚ୍ଚାଣ୍ଟର ନୂତନ ଶାଖାରେ ସହ-ପ୍ରବନ୍ଧକ ଭାବେ ଯୋଗ ଦେଇଥିଲେ । ୧୮୬୯ ମସିହାରେ ଜେଏନ୍‌ ଟାଟା କପଡ଼ା ବ୍ୟବସାୟରେ ଯୋଗ ଦେଇଥିଲେ । ସେ ବମ୍ବେ (ବର୍ତ୍ତମାନ ମୁମ୍ବାଇଭାବେ ପରିଚିତ) ର ପ୍ରମୁଖ ଶିଳ୍ପାଞ୍ଚଳ ଚିଞ୍ଚପୋକଲିରେ ଅବସ୍ଥିତ ଦେବାଳିଆ ହୋଇ ଯାଇଥିବା ତେଲମିଲ୍‌କୁ ଅଧିଗ୍ରହଣକରିବା ସହିତ ଏହି ସମ୍ପତ୍ତିକୁ ଆଲେକ୍‌ ଜେଣ୍ଡ୍ରାମିଲ୍ ନାମରେ ପୁନଃ ନାମିତ କରିବା ସହିତ ଏହାକୁ ଏକ କପାସ ମିଲ୍‌କୁ ରୁପାନ୍ତରିତ କରିଥିଲେ ।
ଜାମସେତ୍‌୍‌ଜୀଙ୍କ ମାନବବାଦୀ ଚିନ୍ତାଧାରା ଅନୁଯାୟୀ ଭାରତକୁ ଦାରିଦ୍ର‌୍ୟରୁ ବାହାର କରିବା ପାଇଁ ହେଲେ ଏହାର ଦକ୍ଷ ଲୋକମାନଙ୍କୁ ଠିକ୍‌ ଭାବେ ଉପଯୋଗ କରିବାକୁ ପଡିବ । ଦାନ ଓ ବଣ୍ଟନ ଉପରେ ତାଙ୍କର ବିଶ୍ୱାସ ନଥିବାରୁସେ ୧୮୯୨ରେ ଜେଏନ୍‌ ଟାଟା ବୃତ୍ତି ସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ