୧୮୨ରୁ ଅଧିକ ମଦ୍ରାସାକୁ ନିୟନ୍ତ୍ରଣକୁ ନେଲେ ପାକ୍ ସରକାର

ପାକିସ୍ତାନ (ଏଜେନ୍ସି): ପାକ୍ ସରକାରଙ୍କ ପକ୍ଷରୁ ଆଜି ଦିଆଯାଇଥିବା ସୂଚନାନୁସାରେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ୧୮୨ରୁ ଅଧିକ ମଦ୍ରାସାକୁ ନିୟନ୍ତ୍ରଣକୁ ନିଆଯାଇଛି । ଏହି ମଦ୍ରାସାଗୁଡିକରେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପ ସମ୍ପର୍କରେ କୋମଳମତୀ ପିଲାମାନଙ୍କୁ ଶିକ୍ଷା ଦିଆଯାଉଥିବା ଏବଂ ଏଠାରେ ବିଭିନ୍ନ ଷଡଯନ୍ତ୍ର ରଚାଯାଉଥିବା ନେଇ ଅଭିଯୋଗ ହେବା ପରେ ପାକ୍ ସରକାର ଏହି ଆଭିମୁଖ୍ୟ ଗହଣ କରିଛନ୍ତି ବୋଲି କହିଛନ୍ତି । ତେବେ ପାକ୍ ସରକାରଙ୍କ ଏହି ବୟାନରେ କେତେ ସତ୍ୟତା ରହିଛି ତାହା କେବଳ ସମୟ କହିବ ବୋଲି ଭାରତୀୟ ଗଣମାଧ୍ୟମଗୁଡିକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ