୧୮ ଡକାୟତ ଓ ଗହଣା ଦୋକାନ ମାଲିକ ଗିରଫ : ମାରଣାସ୍ତ୍ର, ସୁନାଗହଣା ଓ ନଗଦ ଅର୍ଥ ଜବତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ୧୧ ଡକାୟତ ଓ ସେମାନଙ୍କ ଠାରୁ ସୁନା ଗହଣା କିଣଥିବା ୭ ଜଣ ସୁନା ଦୋକାନୀଙ୍କ ସମେତ ୧୮ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି । ଏ ସମ୍ପର୍କରେ ଜିଲ୍ଲା ପୋଲିସ ମୁଖ୍ୟାଳୟର ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଡକାୟତମାନେ ହେଉଛନ୍ତି ମାର୍ଶଘାଇ ଥାନା ଅନ୍ତର୍ଗତ ବଡ଼ପାଳ ଗ୍ରାମର ପର୍ଶୁରାମ ରାଉତଙ୍କ ପୁଅ ଚିନ୍ତନ ଓରଫ ଭକ୍ତି ପ୍ରସାଦ ରାଉତ(୨୨), ମହାକାଳପଡ଼ା ଥାନା ଅନ୍ତର୍ଗତ ଜଗତି ଗ୍ରାମର ପ୍ରମୋଦ ମଲିକଙ୍କ ପୁଅ ପ୍ରତାପ ଚନ୍ଦ୍ର ମଳିକ(୨୨), ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବାଲିପାଟଣା ଗ୍ରାମର ବନମାଳି ସାହୁଙ୍କ ପୁଅ ଲିପୁ ଓରଫ ସୁଶାନ୍ତ ସାହୁ(୩୧), କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଗୌଡ଼ଗୋପ ଗ୍ରାମର ସେକ ସାଜିଦଙ୍କ ପୁଅ ସେକ୍ ଲତିଫ ଓରଫ ଆବିଦ(୩୪), କଟକ ଜିଲ୍ଲାର ଲାଲବାଗ ଥାନା ଅନ୍ତର୍ଗତ କାଳୀ ଗଳି ଅଞ୍ଚଳର ସେକ ତାହିରଙ୍କ ପୁଅ ସେକ୍ ଫିରୋଜ(୩୦), ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖୁଲାଡ଼ି ଗ୍ରାମର ଧୋବା ଓରଫ ପଞ୍ଚୁ ଦୋରାଙ୍କ ପୁଅ ମୁନା ଓରଫ କେଦାର ଦୋରା(୩୭), କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଖସାପଡିଆ ଗ୍ରାମର କେଦାର ସାହୁଙ୍କ ପୁଅ ପାକନ ଓରଫ ଜୟଦେବ ସାହୁ(୨୫), ସେହି ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ଜାହିର ଖାନଙ୍କ ପୁଅ ଜାକିର ଖାନ(୩୭), ପାଟକୁରା ଥାନା ଅନ୍ତର୍ଗତ କଳାବୁଦା ଗ୍ରାମର ବରଦା ପ୍ରସନ୍ନ ଦାସଙ୍କ ପୁଅ ବୁବୁ ଓରଫ ବିମଳ ପ୍ରସାଦ ଦାସ(୨୮), କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଛାଞ୍ଚୁଣିଆ ଗ୍ରାମର ଅଜୟ ସେଠୀଙ୍କ ପୁଅ ଗାଣ୍ଡୁ ଓରଫ ପ୍ରହ୍ଲାଦ ସେଠୀ(୩୨) ଏବଂ ଛାଞ୍ଚୁଣିଆ ଗ୍ରାମରେ ରହୁଥିବା ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବାହାଡ଼ପାଳ ଗ୍ରାମର ନନ୍ଦ ମହନ୍ତଙ୍କ ପୁଅ ରାଜା ମହନ୍ତ(୧୯) । ସେହିପରି ଡକାୟତମାନଙ୍କ ଠାରୁ ସୁନାଗହଣା କିଣିଥିବା ଅଭିଯୁକ୍ତମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ କଂସାମାରି ଗ୍ରାମର ବ୍ରଜ କିଶୋର ନାୟକଙ୍କ ପୁଅ ତଥା ସାଇଲକ୍ଷ୍ମୀ ଜୁଏଲର୍ସର ମାଲିକ ସଦାଶିବ ନାୟକ(୩୪), କଟକ ଜିଲ୍ଲାର ନେମାଳ ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମର ବାବାଜୀ ମହାରଣାଙ୍କ ପୁଅ ଟୁନା ଓରଫ ଅନିରୁଦ୍ଧ ମହାରଣା(୫୦), ସେହି ଗ୍ରାମର ସୁଦାମ ଚରଣ ଘଡେଇଙ୍କ ପୁଅ କାହ୍ନା ଓରଫ ବିକାଶ ରଞ୍ଜନ ଘଡ଼େଇ(୨୬) ସେହି ଗ୍ରାମର ଗୋଲେଖ ଚନ୍ଦ୍ର ରାଉତଙ୍କ ପୁଅ ଜୟାନନ୍ଦ ରାଉତ(୪୬), କଟକ ଜିଲ୍ଲାର ନେମାଳ ଥାନା ଅନ୍ତର୍ଗତ କେଶୁଳା ଗ୍ରାମର ରମେଶ ଚନ୍ଦ୍ର ନାୟକଙ୍କ ପୁଅ ବବଲୁ ଓରଫ ଜ୍ୟୋତିପ୍ରକାଶ ନାୟକ(୨୪), କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ କୁଶମ୍ବି ଗ୍ରାମର ବଳରାମ ସାହୁଙ୍କ ପୁଅ କୈଳାଶ ଚନ୍ଦ୍ର ସାହୁ(୫୫), କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଛାଞ୍ଚୁଣିଆ ଗ୍ରାମର ମୂରଲୀଧର ଦାସଙ୍କ ପୁଅ ଲିପୁନୀ ଓରଫ ବଳରାମ ଦାସ(୨୨) ପ୍ରମୁଖ । ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ୧୩୪.୫ ଗ୍ରାମର ସୁନାଗହଣା, ୬୦୦ ଗ୍ରାମର ରୂପା ଗହଣା, ଗୁଳିଭରା ଦୁଇଟି ବନ୍ଧୁକ, ୧୦ଟି ଜୀବନ୍ତ ଗୁଳି ଥିବା ଏକ ମ୍ୟାଗଜିନ, ୯୧, ୫୦୦ ନଗଦ ଟଙ୍କା, ଏକ କାର, ଏକ ବୁଲେଟ, ଏକ ବାଜାଜ ଡିସ୍କଭର ବାଇକ, ଏକ ହିରୋ ଗ୍ଲାମର ବାଇକ, ଏକ ନୀଳ ରଙ୍ଗର ୨୨୦- ପଲସର ବାଇକ, ଦୁଇଟି ଭୁଜାଲି, ଲୁହାରଡ଼, ୧୦ଟି ମୋବାଇଲ ପୋଲିସ ଜବତ କରିଛି । ପୂର୍ବରୁ ତନ୍ତିଆପାଳ ଥାନା ଅନ୍ତର୍ଗତ କାକଟପୁର ଗ୍ରାମରେ ଡକାୟତି ହେଉଥିବା ବେଳେ ଲୋକେ ଦୁଇ ଜଣ ଡକାୟତଙ୍କୁ ଧରି ପୋଲିସ ଜିମା ଦେଇଥିଲେ । ସେମାନେ ଥିଲେ ସେକ୍ ଫିରୋଜ ଏବଂ ସେକ୍ ଲତିଫ । ସେମାନଙ୍କ ଠାରୁ ପୋଲିସ ଗୋଟିଏ ବନ୍ଧୁକ, ୪ଟି ଜୀବନ୍ତ ଗୁଳି, ଦୁଇଟି ଭୂଜାଲି, ଡକାୟତିରେ ବ୍ୟବହୃତ ଗୋଟିଏ ଲୁହାରଡ଼, ଦୁଇଟି ମଟରସାଇକଲ ଜବତ କରିଥିଲା । ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ ଏହି ଡକାୟତମାନେ କେନ୍ଦ୍ରାପଡ଼ା ଜିଲ୍ଲାରେ ନିକଟରେ ଘଟିଥିବା ବିଭିନ୍ନ ଡକାୟତି ଘଟଣାରେ ସଂପୃକ୍ତ ଅଛନ୍ତି । ଏହି ଡକାୟତମାନଙ୍କ ମାଷ୍ଟରମାଇଣ୍ଡ ହେଉଛି ଜଗତସିଂହପୁର ଜିଲ୍ଲାର ଡକାୟତ ଲିପୁ ଓରଫ ସୁଶାନ୍ତ ସାହୁ । ଲିପୁ ନାମରେ ୫୩ରୁ ଅଧିକ ମାମଲା ରହିଛି । ଲିପୁ ଡକାୟତି କରି ଗିରଫ ଭୟରେ ତାମିଲନାଡ଼ୁ ପଳାଇ ଯାଇଥିଲା । କାରଣ ୨ ଡକାୟତ ଲୋକଙ୍କ ହାବୁଡ଼ରେ ପଡି ଧରା ପଡିଥିବାରୁ ଲିପୁ ଗିରଫ ହୋଇଯିବା ଭୟରେ ରାଜ୍ୟ ବାହାରକୁ ପଳାଇଥିଲା । ଲୋକଙ୍କ ଦ୍ୱାରା କାବୁ ହୋଇଥିବା ଦୁଇ ଡକାୟତଙ୍କ ସୂଚନା ଆଧାରରେ ଅନ୍ୟ ଡକାୟତମାନଙ୍କୁ ଗିରଫ କରାଯାଇଛି । ଏହି ଡକାୟତମାନେ ଡକାୟତି କରିବା ପରେ ଫେରାର ହୋଇ ଯାଉଥିଲେ । ଗ୍ରାହକ ଦେଖି ଚୋରା ସୁନାଗହଣା ବଜାର ମୂଲ୍ୟ ଠାରୁ କମ ମୂଲ୍ୟରେ ବିକ୍ରି କରୁଥିଲେ । ସୁନାଗହଣା ଦୋକାନୀ ଏହି ଚୋରା ସୁନାଗହଣାକୁ ତରଳାଇ ନୂଆ ସୁନାଗହଣା ତିଆରି କରି ବିକ୍ରି କରୁଥିଲେ । ଫଳରେ ସେମାନେ ଧରା ପଡୁ ନଥିଲେ । ହେଲେ କେନ୍ଦ୍ରାପଡ଼ା ଜିଲ୍ଲାରେ ଲଗାତାର ଡକାୟତି ହେବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା ବୋଲି ଏସ୍‌ପି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ହରେଶ ପାଣ୍ଡେ, କେନ୍ଦ୍ରାପଡା ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେହୁରା, ଡିଏସ୍‌ପି କାର୍ତ୍ତିକ ମଲ୍ଲିକ, ରାଜନଗର ଥାନାଧିକାରୀ ତପନ କୁମାର ନାୟକ, ତନ୍ତିଆପାଳ ଥାନାଧିକାରୀ ମହେଶ୍ୱର ସେଠୀ, ନିକିରାଇ ଥାନାଧିକାରୀ କାଦମ୍ବିନୀ ପରିଡ଼ା, ପଟ୍ଟାମୁଣ୍ଡାଇ ଥାନାଧିକାରୀ ତପନ କୁମାର ରାଉତ, ମହାକାଳପଡ଼ା ଥାନାଧିକାରୀ ମନୋରଞ୍ଜନ ଚୌଧୁରୀ, ରିଜର୍ଭ ଇନ୍ସପେକ୍ଟର ହେମନ୍ତ ଦାସ, ସବ ଇନ୍ସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଦେବାଶିଷ ପଣ୍ଡା, ବିପି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ