୧୮ ନମ୍ବର ୱାର୍ଡରୁ ସୁବା ଭାଇଙ୍କୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଶୁକ୍ରବାର ବିଗୁଲ ବଜାଇଛନ୍ତି । ବିଗୁଲ ବାଜିବା ପରେ କେନ୍ଦ୍ରାପଡ଼ାରେ ପୌର ନିର୍ବାଚନର ଉସ୍ମତା ବେଶ ବଢିବାରେ ଲାଗିଛିି । ପଞ୍ଚାୟତ ନିର୍ବାଚନ ପାଇଁ ପୌରାଞ୍ଚଳର ନେତାମାନେ ବ୍ୟସ୍ତ ଥିଲେ । କାରଣ ପୌରାଞ୍ଚଳ ନେତାମାନଙ୍କୁ ପଞ୍ଚାୟତ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଗୁର୍ରୁବାର ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ସହରୀ ନେତାମାନେ ପୌର ନିର୍ବାଚନ ପାଇଁ ସଜବାଜ ହେଲେଣି । ଏହି ଆଧାରରେ କେନ୍ଦ୍ରାପଡ଼ା ପୌରାଞ୍ଚଳର ୧୮ ନମ୍ବର ୱାର୍ଡର ବିଶିଷ୍ଟ ସମାଜସେବୀ ସୟଦ ଇମ୍ତିଆଜ ଅଲ୍ଲୀଙ୍କୁ ବିଜେଡିରୁ କାଉନସିଲର ପ୍ରାର୍ଥୀ କରାଯିବା ପାଇଁ ୱାର୍ଡବାସୀ ନିବେଦନ କରିଛନ୍ତି । ଇମତିଆଜ କେନ୍ଦ୍ରାପଡ଼ା ସହରର ଜଣେ ଜଣାଶୁଣା ସମାଜସେବୀ । କୌଣସି ବ୍ୟକ୍ତି ବିପଦରେ ପଡିଥିବା ଜାଣିବା ପରେ ଅଲ୍ଲୀଙ୍କ ହୃଦୟ ତଳରି ଯାଏ । ସେ ସଙ୍ଗେ ସଙ୍ଗେ ସମସ୍ୟାରେ ପଡିଥିବା ଲୋକଙ୍କ ପାଖରେ ପହଞ୍ଚି ତାଙ୍କୁ ସାହାଯ୍ୟର ହାତ ବଢାଇଥାନ୍ତି । ଠିକ ସେହିପରି କୌଣସି ବ୍ୟକ୍ତିଙ୍କ ଘର ପୋଡି ଗଲେ କିମ୍ବା ଦୈବ ଦୁର୍ବିପାକରେ ଘର ଭାଙ୍ଗିଗଲେ ତାଙ୍କ ନିକଟରେ ଅଲ୍ଲୀ ପହଞ୍ଚି ସହାୟତାର ହାତ ବଢାଇଥାନ୍ତି । କେବଳ ଏତିକିରେ ତାଙ୍କ ସମାଜସେବା କାର୍ଯ୍ୟ ସିମୀତ ରହିନାହିଁ । କୌଣସି ଗରିବ ପିଲା ପାଠ ପଢିବା ପାଇଁ ଆର୍ଥିକ ଅନାଟନର ସମ୍ମୁଖୀନ ହେଲେ ଓ ଏ ଖବର ତାଙ୍କ ନିକଟରେ ପହଞ୍ଚିଲେ ସେ ସଙ୍ଗେ ସଙ୍ଗେ ସେହି ଗରିବ ପରିବାର ପାଖରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା କରିଥାନ୍ତି । ପିଲାଟି ଯେପର୍ଯ୍ୟନ୍ତ ପାଠ ପଢା ଶେଷ କରି ନାହିଁ ସେ ପର୍ଯ୍ୟନ୍ତ ତାଙ୍କୁ ସାହାଯ୍ୟ କରନ୍ତି । ଅନେକ ପିଲା ତାଙ୍କ ଠାରୁ ସାହାଯ୍ୟ ପାଇ ଡାକ୍ତର ଓ ଇଞ୍ଜିନିୟର ମଧ୍ୟ ହୋଇ ପାରିଛନ୍ତି । ସେ ରାସ୍ତା ସଫେଇ, ବୃକ୍ଷ ରୋପଣ ଭଳି ସାମାଜିକ କାର୍ଯ୍ୟରେ ମଧ୍ୟ ନିଜକୁ ସାମିଲ କରିଥାନ୍ତି । ସେହିପରି ସହରର କ୍ରୀଡ଼ାବିତମାନେ କିପରି ଜାତୀୟ ଓ ଆନ୍ତର୍ଜତୀୟ ସ୍ତରରେ ନିଜର ସୁନାମ ଅର୍ଜନ କରିପାରିବେ ସେ ଦିଗରେ ଅଲ୍ଲୀ ତାଙ୍କୁ ପ୍ରେରଣା ଦେବା ସହ ସହାୟତା ଯୋଗାଇଥାନ୍ତି । ତେଣୁ ସୟଦ ଇମତିଆଜ ଅଲ୍ଲୀ( ସୁବା ଭାଇ)ଙ୍କୁ କାଉନସିଲର ପ୍ରାର୍ଥୀ କରାଯିବା ପାଇଁ ୧୮ ନମ୍ବର ୱାର୍ଡର ବାସିନ୍ଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରାପଡ଼ା ବିଧାୟକ ଶଶି ଭୂଷଣ ବେହେରାଙ୍କୁ ନିବେଦନ କରିଛନ୍ତି । ସେ ପ୍ରାର୍ଥୀ ହେଲେ ୧୮ ନମ୍ବର ୱାର୍ଡର ସର୍ବାଙ୍ଗ ବିକାଶ କରିବା ସହିତ କେନ୍ଦ୍ରାପଡା ସହରର ବିକାଶ ମଧ୍ୟ କରିପାରିବେ ବୋଲି ସହରର ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।


