୧୮ ରୁ ସାଧୁସନ୍ଥଙ୍କ ପ୍ରାଚୀ ପରିକ୍ରମା ଯାତ୍ରା

ନିମାପଡା,(ସନ୍ତୋଷ କୁମାର ଦାଶ):ଚଳିତ ମାସ ୧୮ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଏକସପ୍ତାହ ବ୍ୟାପି ସାଧୁ ସନ୍ଥଙ୍କ ପ୍ରାଚୀ ପରିକ୍ରମା ଯାତ୍ରା ଅନୁଷ୍ଠିତ ହେବ। ପ୍ରାଚୀ ନଦୀର ସୁରକ୍ଷା ଓ ଏହାର ମାହାତ୍ମ୍ୟ ସମ୍ପର୍କ ରେ ସଚେତନତା ସୃଷ୍ଟି କରିବା ପାଇଁ ସାଧୁ ସନ୍ଥ ମାନଙ୍କ ପକ୍ଷରୁ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ଦେବ ଙ୍କ ନେତୃତ୍ୱରେ ୧୨ ବର୍ଷ ହେବ ପ୍ରତିବର୍ଷ ଏହି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି।ଚଳିତ ବର୍ଷ ୧୮ତାରିଖ ଦିନ ଏହି ଯାତ୍ରା ପ୍ରାଚୀ ଉପତ୍ୟକାର ଅନ୍ଧ କପିଳେଶ୍ୱର ଶମ୍ଭୁ ପୀଠ ଠାରୁ ଆରମ୍ଭ ହେବା ର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେହିଦିନ ଯାତ୍ରୀମାନେ ରାଧାକାନ୍ତ ମଠ ଠାରେ ପ୍ରାଚୀ ଆଳତୀ କରି ରାତ୍ରୀଯାପନ କରିବେ।୧୯ ତାରିଖ ଦିନ ମୁସି ବାବା ମଠ ଠାରେ ପ୍ରାଚୀ ଆଳତୀ କରି ଯାତ୍ରୀ ମାନେ ମାଧବ ଗ୍ରାମ ର ଦୂର୍ଗା ମାଧବ ମନ୍ଦିର ରେ ପହଞ୍ଚି ସେଠାରେ ସଂଧ୍ୟା ଆଳତୀ କରି ରାତ୍ରିଯାପନ କରିବେ।୨୦ ତାରିଖ ଦିନ ଯାତ୍ରୀ ମାନେ ମାଧବ ଠାରେ ପ୍ରାଚୀ ଆଳତୀ କରି ବେତେଣ୍ଡା ଦେଇ କାକଟପୁର ର ଦେଉଳି ମଠ ଠାରେ ପହଞ୍ଚି ପ୍ରାଚୀ ଆଳତୀ କରି ରାତ୍ରିଯାପନ କରିବେ।୨୧ ତାରିଖ ଦିନ ଦେଉଳି ମଠ ଠାରେ ପ୍ରାଚୀ ଆଳତୀ କରି ସରିପୁର ର ଅପସରା ମଠ ଦେଇ କେଉଟ ଜଙ୍ଗା ର କେଳୁଣି ମୁହାଁଣ ଠାରେ ପହଞ୍ଚି ପ୍ରାଚୀ ଆଳତୀ କରି ରାତ୍ରୀଯାପନ କରିବେ। ୨୨ ତାରିଖ ଦିନ ମୁହାଁଣ ଠାରେ ପ୍ରାଚୀ ଆଳତୀ କରି ତେନ୍ତୁଳିଆ ମଠ , ବାଲିସାହି, ସୋମେଶ୍ୱର ଶମ୍ଭୁ ମନ୍ଦିର ଦେଇ ନୂଆହାଟ ର ରାମେଶ୍ବର ଘାଟ ଠାରେ ପ୍ରାଚୀ ଆଳତୀ କରି ନୂଆ ମଠ ଠାରେ ରାତ୍ରିଯାପନ କରିବେ।୨୩ ତାରିଖ ଦିନ କ୍ଷୀର ଗଛ ମଠ ଠାରେ ପ୍ରାଚୀ ଆଳତୀ କରି ଶଙ୍ଖପଡ଼ା ଦେଇ ଦେଉଳିଧରପୁର ର ବୁଦ୍ଧିକେଶ୍ୱର ମନ୍ଦିର ରେ ପହଞ୍ଚି ପ୍ରାଚୀ ଆଳତୀ କରି ରାତ୍ରି ଯାପନ କରିବେ।୨୪ ତାରିଖ ଦିନ
ତ୍ରିବେଣୀ ତୀର୍ଥ ଠାରେ ପ୍ରାଚୀ ଆଳତୀ କରି ଅନ୍ତର୍ବେଦୀ ମଠ ଦେଇ ଶେଷ ରେ କପିଳେଶ୍ୱରପୁର ର ଅନ୍ଧ କପିଳେଶ୍ୱର ଶମ୍ଭୁ ମନ୍ଦିର ଠାରେ ଯାତ୍ରା ଶେଷ କରିବେ। ସେଠାରେ ପଙ୍କୋଉଦ୍ଧାର ଏକାଦେଶୀ ଦିନ ବିଶ୍ଵଶାନ୍ତି ଯଜ୍ଞ ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ