୧୯ନଂ ଜିଲ୍ଲାପରିଷଦ ଜୋନ ପାଇଁ ପ୍ରଥମ ଦିନରେ ନାମାଙ୍କନପତ୍ର ଜିରୋ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ୧୯ନଂ ଜୋନ୍ ଜିଲ୍ଲାପରିଷଦ ପଦବୀ ନିମନ୍ତେ ଆସନ୍ତା ୨୧ତାରିଖ ଦିନ ଭୋଟ ଗ୍ରହଣ କରାଯିବ । ଏହି ଆସନଟିରୁ ଗତ ପଂଚାୟତ ନିର୍ବାଚନରେ ସୁବାସ ଚନ୍ଦ୍ର ବେହେରା ଜିଲ୍ଲାପରିଷଦ ସଭ୍ୟ ନିର୍ବାଚିତ ହୋଇ ଗଂଜାମ ଜିଲ୍ଲାପରିଷଦ ସଭାପତି ହୋଇଥିଲେ । ତେବେ ଗତ ବିଧାନସଭା ନିର୍ବାଚନ ବେଳେ ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇ ଆସିବା ପରେ ଏହି ଜୋନ୍ ପଦବୀ ଖାଲି ପଡିଥିଲା । ପଂଚାୟତରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ପଦବୀ ନିମନ୍ତେ ଆସନ୍ତା ୨୧ତାରିଖରେ ଭୋଟ ଗ୍ରହଣ କରାଯିବ । ଏହି ପଦବୀ ନିମନ୍ତେ ଆଜି ଅର୍ଥାତ୍ ୩୧.୧୦.୨୦୧୯ ତାରିଖ ଠାରୁ ୨.୧୧.୨୦୧୯ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ତାରିଖ ଧାର‌୍ୟ୍ୟ ହୋଇଛି । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ ପାଇଁ ବିଜ୍ଞପ୍ତି ଜାରୀ ହୋଇଥିବା ବେଳେ ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନ କୈାଣସି ଦଳର ପ୍ରାର୍ଥୀ ପତ୍ର ଦାଖଲ କରିନାହାନ୍ତି କିମ୍ବା କୈାଣସି ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଫମ କ୍ରୟ କରିନଥିବା ଜଣାପଡିଛି । ଏହି ପଦବୀ ଅନୁସୂଚିତ ଜାତି ନିମନ୍ତେ ସଂରକ୍ଷଣ ରହିଥିବା ବେଳେ ଏଥି ନିମନ୍ତେ ବିଜେଡି, ବିଜେପି ଓ ସିପିଆଇ ପାର୍ଟି ପକ୍ଷରୁ ପ୍ରାର୍ଥୀ ବାଝିବା ନିମନ୍ତେ କସରତ ଆରମ୍ଭ ହୋଇଯାଇଛି । ବିଜୁ ଜନତା ଦଳର ପ୍ରାର୍ଥୀ ହେବା ନିମନ୍ତେ ୫ଜଣ ପ୍ରାର୍ଥୀ ଆବେଦନ କରିଥିବା ବେଳେ ଏହାକୁ ବିଜେଡି ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି । ସେଠାରୁ ଯାହାର ନାମରେ ମୋହର ଲାଗିବ ସେ ୧୯ ନଂ ଜୋନ ନିମନ୍ତେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ପ୍ରାର୍ଥୀ ପତ୍ର ଦାଖଲ ନଭେମ୍ବର ୨ତାରିଖ ଦିନ କରିବ ବୋଲି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଠାରୁ ଜଣାପଡିଛି । ସେହିପରି ଭାରତୀୟ ଜନତା ପାର୍ଟୀ ପକ୍ଷରୁ ୪ଜଣ ପ୍ରାର୍ଥୀ ହେବା ନିମନ୍ତେ ଆବେଦନ କରିଥିବା ବେଳେ ସେମାନଙ୍କ ନାମ ନଭେମ୍ବର ୨ତାରିଖ ଜଣାପଡିବ ବୋଲି ନିର୍ବାଚନ ମଣ୍ଡଳୀ ଯୁବନେତା ପ୍ରଶାନ୍ତ କୁମାର କର ସୂଚନା ଦେଇଛନ୍ତି । ସିପିଆଇ ଦଳର ପ୍ରାର୍ଥୀ ହେବା ନିମନ୍ତେ ୩ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ଭିତରୁ ରାଜ୍ୟ ସଂପାଦକ ଯାହାର ନାମରେ ମୋହର ଲଗାଇବେ ସେ ନଭେମ୍ବର ୨ତାରିଖ ଦିନ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ସିପିଆଇ ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାଶ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ