୧୯ନଂ ଜିଲ୍ଲାପରିଷଦ ସଭ୍ୟ ଉପନିର୍ବାଚନ,ବିଜୁ ଜନତାଦଳ ର ପ୍ରାର୍ଥି ପ୍ରମୋଦ ଙ୍କ ଏକତରଫା ବିଜୟ
ଛତ୍ରପୁର: ଗଂଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୯ନଂ ଜିଲ୍ଲାପରିଷଦ ସଭ୍ୟ ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥି ପ୍ରମୋଦ କୁମାର ପ୍ରଧାନ ୮୭୭୨ ଭୋଟରେ ନିଜର ପ୍ରତିଦ୍ୱନ୍ଦୀ ସିପିଆଇ ର ପ୍ରାଥୀ ଭାଗିରଥୀ ପ୍ରଧାନଙ୍କ ଠାରୁ ବିଜୟୀ ହୋଇଛନ୍ତି । ଗୁରୁବାର ଭୋଟଗଣତି କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ଶାନ୍ତି ଶୃଙ୍ଖଳା ଭାବେ ଅନୁଷ୍ଠିତ ହୋଇଥିଲା । । ସମୁଦାୟ ଭୋଟର ସଂଖ୍ୟା ୩୬୭୨୩ ଥିବା ବେଳେ ୧୭୧୯୭ ଜଣ ଭୋଟ ମତଦାନ କରିଥିଲେ । । ସେଥି ମଧ୍ୟରୁ ୯୪୪ ଟି ଭୋଟ ନକାଚ ହୋଇଯାଇଥିଲା । ଏହି ଆସନ ଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିଲା । ବିଜେଡି ପକ୍ଷରୁ ପ୍ରମୋଦ କୁମାର ପ୍ରଧାନ, ବିଜେପି ପକ୍ଷରୁ ରଂଜିତ ପ୍ରଧାନ, ସିପିଆଇରୁ ଭାଗିରଥୀ ପ୍ରଧାନ ଓ କଂଗ୍ରେସ ପକ୍ଷରୁ ରବିନ୍ଦ୍ର ସେଠୀ ପ୍ରତିଦ୍ୱନ୍ଦିତା ହୋଇଥିଲା । ଏଥିରେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରମୋଦ କୁମାର ପ୍ରଧାନ ଏକ ତରଫା ୧୧୧୬୨ଭୋଟ ପାଇ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରଂଜିତ ପ୍ରଧାନ ୧୮୨୪ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୮୮୭ଖଣ୍ଡ ଭୋଟ ପାଇଥିଲେ । ସିପିଆଇର ପ୍ରାର୍ଥୀ ଭାଗିରଥୀ ୨୩୯୦ଖଣ୍ଡ ଭୋଟ ପାଇଥିଲେ । ଏହି ବିଜୟୀ ପରେ ପ୍ରମୋଦ କୁମାର ପ୍ରଧାନ (ବିଜେଡି ) ସମସ୍ତ ଶ୍ରେୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେବା ସହ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଜିଲ୍ଲାସଭାପତି ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ , ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ ସମେତ ସମସ୍ତ ଦଳୀୟ ନେତା ଓ କର୍ମୀ ଏବଂ ୧୯ନଂ ଜିଲ୍ଲାପରିଷଦ ଜୋନର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋତେ ଏହି ଆସନ ନିମନ୍ତେ ଯୋଗ୍ୟ ମନେ କରି ଟିକଟ ଦେଇଥିଲେ । ମୁଁ ଆଜି ବିଜୟୀ ହୋଇଛି । ମୁଖ୍ୟମନ୍ତ୍ରୀ ଜନହିତକର ଯୋଜନା ଗୁଡିକ କିପରୀ ଠିକ୍ ଭାବେ ମୋ ଜୋନରେ କାର୍ଯ୍ୟକାରୀ ହେବ ସେଥୀ ନିମନ୍ତେ ଅହରହ ପରିଶ୍ରମ କରିବି ବୋଲି ବିଜୟୀ ହେବା ପରେ ଗଣମାଧ୍ୟମକୁ ଜଣାଇଛନ୍ତି । ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ପ୍ରଥମେ ଫୁଲ ମାଳ ପ୍ରଦାନ କରିଥିଲେ । ଏହାପରେ ସମସ୍ତ ଦଳୀୟ ନେତା ମାନଙ୍କସହ ଖୁସି ଜାହିର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍,ଧନଜଂୟ ରେଡ୍ଡୀ,ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ଆର.ସନ୍ତୋଷ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ପୋଡାପଦର ସାରପଞ୍ଚ ପୀତାମ୍ବର ପଣ୍ଡାଙ୍କ ସମେତ ଶତାଧୀକ ଦଳୀୟ ନେତା ଓ କର୍ମୀମାନେ ବିଜେଡି ଜିନ୍ଦାବାଦ ନାରାବାଜି ଦେଇ ବିଜୁ ବାବୁଙ୍କ ପ୍ରତି ମୂ୍ର୍ତ୍ତି ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହି ଉପନିର୍ବାଚନ ନିମନ୍ତେ ବିଜେଡି ପକ୍ଷରୁ ଛତ୍ରପୁର ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଏହାର ମଙ୍ଗଧରିଥିଲେ ।
୧୯ନଂ ଜିଲ୍ଲାପରିଷଦ ସଭ୍ୟ ଜୋନ୍ ୬ଟି ପଞ୍ଚାୟତ ଚମାଖଣ୍ଡି , ଲକ୍ଷ୍ମୀପୁର , ଶ୍ରୀରାମଚନ୍ଦ୍ରପୁର, ସୁନ୍ଦରପୁର, ନରେନ୍ଦ୍ରପୁର ଓ ଟାଙ୍ଗଣାପଲ୍ଲୀ ନେଇ ଗଠିତ । ଏଥିରେ ବହୁବାର ସିପିଆଇ ଦଳର ପ୍ରାର୍ଥୀ ମାନେ ବିଜୟୀ ହୋଇଆସୁଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ବର୍ତ୍ତମାନର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଜୟୀ ହୋଇ ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ବେହେରା ଛତ୍ରପୁର ବିଧାୟକ ହେବା ପରେ ଆସନ ଟି ଖାଲି ପଡିଥିଲା । ଏଥି ସକାଶେ ଉପନିର୍ବାଚନ ହୋଇଥିଲ।