୧୯ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଗସ୍ତ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯, ୨୦୨୧ ଦିନ ଉତ୍ତର ପ୍ରଦେଶର ଝାନ୍‌ସୀ ଗସ୍ତରେ ଯିବେ ଏବଂ ସେଦିନ ଅପରାହ୍ନ ୫.୧୫ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ରର ବିବିଧ ପ୍ରୟାସ ଉପକ୍ରମ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’କୁ ରାଷ୍ଟ୍ର ସକାଶେ ଉତ୍ସର୍ଗ କରିବେ । ‘ଆଜାଦୀ କା ଅମୃତ ମହୋତ୍ସବ’ ସମାରୋହର ଅଂଶବିଶେଷ ସ୍ୱରୂପ ଏହି କାର୍ଯ୍ୟକ୍ରମ ଝାନ୍‌ସୀ ଠାରେ ନଭେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ଡ଼ିଜାଇନ୍ ତଥା ବିକାଶ ଘଟାଯାଇଥିବା ଉପକରଣମାନଙ୍କୁ ସଶସ୍ତ୍ର ସେନାର ମୁଖ୍ୟମାନଙ୍କୁ ହସ୍ତାନ୍ତର କରିବେ । ସେଥି ମଧ୍ୟରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ଼ (ହାଲ) ଦ୍ୱାରା ଡିଜାଇନ୍ ଓ ପ୍ରସ୍ତୁତ କରାଯାଇଥିବା ହାଲୁକା ଲଢ଼ୁଆ ହେଲିକପ୍ଟର (ଏଲସିଏଚ)ଙ୍କୁ ବାୟୁସେନା ମୁଖ୍ୟଙ୍କୁ ପ୍ରଦାନ; ଇଣ୍ଡିଆନ୍ ଷ୍ଟାର୍ଟ ଅପ୍‌ମାନଙ୍କ ଦ୍ୱାରା ଡ଼ିଜାଇନ୍ ଓ ପ୍ରସ୍ତୁତ ଡ୍ରୋନ୍‌/ ୟୁଏଭିକୁ ସ୍ଥଳସେନା ମୁଖ୍ୟଙ୍କୁ ପ୍ରଦାନ ଏବଂ ଡିଆରଡିଓ ଦ୍ୱାରା ଡିଜାଇନ୍‌କୃତ ଓ ଭାରତ ଇଲେକ୍ଟ୍ରୋନିକ୍ସ (ବିଇଏଲ) ଦ୍ୱାରା ଉତ୍ପାଦିତ ଏବଂ ନୌସେନା ଜାହାଜରେ ପରିଧାନ ନିମନ୍ତେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପୋଷାକକୁ ନୌସେନା ମୁଖ୍ୟଙ୍କୁ ପ୍ରଦାନ ଏଥିରେ ସାମିଲ। ଏଲସିଏଚ ମଧ୍ୟରେ ଅତ୍ୟାଧୁନିକ ପ୍ରଯୁକ୍ତି ଓ ଷ୍ଟେଲ୍ଥ ବୈଶିଷ୍ଟ୍ୟ ସାମିଲ ଯାହାର ବିଶେଷ ଲଢ଼ୁଆ ଭୂମିକା ରହିଛି । ଭାରତୀୟ ସଶସ୍ତ୍ର ସେନାଭ୍‌କ ଦ୍ୱାରା ଭାରତୀୟ ୟୁଏଭି ମୁତୟନ କ୍ରମବର୍ଦ୍ଧିଷ୍ଣୁ ଭାରତୀୟ ଡ୍ରୋନ୍ ଶିଳ୍ପ ବାତାବରଣର ପରିପକ୍ୱତାକୁ ପ୍ରମାଣସିଦ୍ଧ କରେ । ସେହିଭଳି ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ୱାରଫେୟାର ସୁଟ୍ ବିଭିନ୍ନ ପ୍ରକାର ନୌସେନା ଜାହାଜ ଯଥା ଡେଷ୍ଟ୍ରୟର୍‌, ଫ୍ରିଗେଟ୍ ଆଦିରେ ବ୍ୟବହାର କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡ଼ୋରର ଝାନ୍ସୀ ନୋଡ଼ରେ ୪୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।ଏହି ପ୍ରକଳ୍ପ ଭାରତ ଡାଇନାମିକ୍ସ ଦ୍ୱାରା ସ୍ଥାପନ କରାଯାଉଛି ଏବଂ ସେଠାରେ ଟ୍ୟାଙ୍କ୍ ନିରୋଧୀ ଗାଇଡେଡ୍ କ୍ଷେପଣାସ୍ତ୍ର ପ୍ଲାଣ୍ଟ ନିର୍ମାଣ କରାଯିବ । ଝାନ୍‌ସୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏକ ଏନସିସି ଆଲୁମିନି ସଂଘର ଶୁଭାରମ୍ଭ କରିବେ । ଏନସିସି ସଂଗଠନ ସହିତ ଏହାର ପୂର୍ବତନ କ୍ୟାଡ଼େଟମାନଙ୍କୁ ଯୋଡ଼ିବା ହେଉଛି ଏହି ସଂଘ ସ୍ଥାପନର ମୂଳ ଉଦ୍ଦେଶ୍ୟ । ଏହି ସଂଘ ଏନସିସିର ଆଭିମୁଖ୍ୟକୁ ଆହୁରି ଆଗକୁ ଆଗେଇ ନେବାରେ ସହାୟକ ହେବ ଏବଂ ରାଷ୍ଟ୍ର ନିର୍ମାଣରେ ମଧ୍ୟ ଏହାର ଯୋଗଦାନ ରହିବ । ଏହି ଅବସରରେ ଜଣେ ପ୍ରାକ୍ତନ ଏନସିସି କ୍ୟାଡେଟ୍ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସଂଘରେ ସଦସ୍ୟ ଭାବେ ସାମିଲ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଏନସିସି କ୍ୟାଡେଟମାନଙ୍କ ନିମନ୍ତେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ‘ସିମୁଲେସନ୍ ଟ୍ରେନିଂ’ର ଶୁଭାରମ୍ଭ କରିବେ । ଏନସିସିର ସମସ୍ତ ତିନୋଟିଯାକ ବିଭାଗ ନିମନ୍ତେ ସିମୁଲେସନ୍ ତାଲିମ ପ୍ରଦାନର ବ୍ୟବସ୍ଥା କରିବା ଏହାର ମୂଳ ଉଦ୍ଦେଶ୍ୟ । ଏଥିରେ ଏନସିସି ସ୍ଥଳସେନା ୱିଙ୍ଗର ରାଇଫଲ ଫାୟାରିଂ ସିମୁଲେଟର, ବାୟୁସେନା ୱିଙ୍ଗ ନିମନ୍ତେ ମାଇକ୍ରୋଲାଇଟ୍ ଫ୍ଲାଇଂ ସିମୁଲେଟର ଏବଂ ନୌସେନା ୱିଙ୍ଗ ନିମନ୍ତେ ରୋଇଂ ସିମୁଲେଟର ସାମିଲ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀଠାରେ ଏକ ସମ୍ବର୍ଦ୍ଧିତ ରିଅଲିଟି କ୍ଷମତାସମ୍ପନ୍ନ ଇଲେକ୍ଟ୍ରୋନିକ୍ କିଓସ୍କକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ଯାହା ପର୍ଯ୍ୟଟକମାନଙ୍କୁ କେବଳ ମାତ୍ର ଗୋଟିଏ ଥର ବଟନ୍ କ୍ଲିକ୍ କରି ସହିଦମାନଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ପୁଷ୍ପାର୍ଘ୍ୟ ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ