୧୯ରେ ବନ୍ତରୁ ପୁରୀ ଦୌଡିବେ ଯୁବ ଧାବକ ସୌରଭ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ଭଦ୍ରକ ଜିଲା ବନ୍ତ ଗ୍ରାମର ଉଦୟନାଥ ସେଠୀଙ୍କ ପୁତ୍ର ତଥା ଯୁବ ଧାବକ ସୌରଭ ସେଠୀ ଆସନ୍ତା ୧୯ ତାରିଖ ଭୋର ୪ଟା ସମୟରେ ବନ୍ତରୁ ପୁରୀ ୨୧୦ କିମି ରାସ୍ତା ଦୌଡିବା ନେଇ ନିଷ୍ପତ୍ତି କରିଛନ୍ତି । ଦୌଡିବା ସମୟରେ ବିଭିନ୍ନ ସ୍ଥାନରେ ତାଙ୍କୁ ଆବଶ୍ୟକୀୟ ସୁରକ୍ଷା, ସ୍ୱାସ୍ଥ୍ୟଗତ ସେବା ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନକୁ ନିବେଦନ କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀ, ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରୀ, ସଚିବ, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ କମିଶନର, ଭଦ୍ରକ ଜିଲାପାଳ, ଜିଲା ଲୋକ ସମ୍ପର୍କ ଅଧିକାରୀ, ଜିଲା ଆରକ୍ଷୀ ଅଧିକ୍ଷକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ବନ୍ତ ତହସିଲଦାର, ଥାନାଧିକାରୀ ଓ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଲିଖିତ ଅବଗତ କରାଇଛନ୍ତି । ପ୍ରକାଶ ଥାଉକି, ସୌରଭ ଜଣେ ଅନୁସୂଚିତ ଜାତିର ଯୁବକ ହୋଇଥିବା ବେଳେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କଳା ଅଟୋ । ପିଲାଟି ବେଳୁ ସେ ଖେଳକୁଦରେ ଆଗ୍ରହୀ ଥିବାରୁ ମାଟ୍ରିକ ପାସ୍ ପରେ ଦୈନନ୍ଦିନ ୧୦ରୁ ୧୫ କିମି ରାସ୍ତା ଦୌଡିବା ଜାରି ରଖିଛନ୍ତି । ଗତ ଫେବୃଆରୀ ୪ ତାରିଖରେ ସେ ବନ୍ତରୁ ଘଟଗାଁ ତାରିଣୀ ପୀଠ ୬୬ କିମି ରାସ୍ତା ଦୌଡି ସାରିଛନ୍ତି । ଭବିଷ୍ୟତରେ ସେ ଭାରତୀୟ ସେନାବାହିନୀରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ