୧୯୬୩ ବ୍ୟାଚର ସହପାଠୀଙ୍କ ପାଇଁ ଶୋକସଭା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକ ଅଲଣାହାଟ ହାଇସ୍କୁଲର ୧୯୬୩ ବ୍ୟାଚର ସହପାଠୀ ତଥା ବନ୍ଧୁ ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ବିୟୋଗରେ ଏକ ଶୋକସଭା ଶ୍ରୀ ଶ୍ରୀ ବାଲୁକେଶ୍ୱର ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ସର୍ବେଶ୍ୱର ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସହପାଠୀ କାଳନ୍ଦୀ ଚରଣ ଦାସ, ଦୁର୍ଯ୍ୟୋଧନ ରାଉତ, ସୁଦର୍ଶନ ବିଶ୍ୱାଳ, ବିଚିତ୍ରାନନ୍ଦ ରାୟ, ରାଜକିଶୋର ଆଚାର୍ଯ୍ୟ, ଡମ୍ବରୁଧର ସାହୁ, ଗୋପାଳ ରାଉଳ, ଦେବେନ୍ଦ୍ରନାଥ ଲେଙ୍କା ପ୍ରମୁଖ ଉପସ୍ଥିତ ହି ସ୍ୱର୍ଗତ ସ୍ୱାଇଁଙ୍କ ଆତ୍ମାର ସଦଗତି କାମନା କରିଥିଲେ ।