୧୯୬୪ ହାଇସ୍କୁଲ ବ୍ୟାଚର ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସ୍ଥାନୀୟ ଗୋବିନ୍ଦଜୀଉଙ୍କ ମନ୍ଦିର ପରିସରରେ ୧୯୬୪ ହାଇସ୍କୁଲ ବ୍ୟାଚର ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରାତନ ବନ୍ଧୁ ଆମେରିକାସ୍ଥିତ ଆଲାସ୍କା ବିଶ୍ୱ ବିଦ୍ୟାଳୟର ଏମିରିଟସ ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ବନ୍ଧୁ ଶ୍ୟାମସୁନ୍ଦର ବେହେରା, ସଦାନନ୍ଦ ମହାନ୍ତି ଓ ଚର୍ତୁଭୁଜ କରଙ୍କ ବିୟୋଗ ଅବସରରେ ସେମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଥିସହିତ ସେମାନଙ୍କ ସହିତ ବିତାଇଥିବା ପୁରୁଣା ସ୍ମୃତିକୁ ମନେପକାଇ ସମସ୍ତେ ମ୍ରିୟମାଣ ହୋଇପଡିଥିଲେ । ଏହି ସଭାରେ ଦିବଗଂତ ବନ୍ଧୁଙ୍କ ପତ୍ନୀମାନେ ଯୋଗଦେଇଥିବା ବେଳେ ସେମାନଙ୍କ ସ୍ମୃତିରେ ଆଗାମୀ ଦିନରେ ଏକ ସ୍ମୃତି ପୁସ୍ତକ ପ୍ରକାଶ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସଭାରେ ବନ୍ଧୁ ଭାବଗ୍ରାହୀ କର, ନବଘନ ସ୍ୱାଇଁ, ବୈଷ୍ଣବ କର, ଇଂ ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶେଷରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି ଯୋଗଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ