୧୯୬୮ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ
ଖୋର୍ଦ୍ଧା: ଉପକଣ୍ଠ କେରଙ୍ଗ ଜଇତୁନ୍ ନିସା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରବିବାର ୧୯୬୮ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ମୁବାରକ ଅହମଦ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ଗାୟତ୍ରୀ ମନ୍ତ୍ର ଓ ପବିତ୍ର କୋରାନ ପାଠ ଆବୃତି ସହ କରାଯାଇଥିଲା । ସଭାପତିତ୍ୱ କରିଥିଲେ ଅବସରପ୍ରାପ୍ତ ସବଇନିସପେକ୍ଟର ମୁଜଫର ଅହମଦ । ସେକ୍ରେଟାରୀ ଭାବେ କାର୍ଯ୍ୟ ତୁଲାଇଥିଲେ ଅବସରପ୍ରାପ୍ତ ସିଆରପି ଇନିସପେକ୍ଟର ହାଡ଼ୁବନ୍ଧୁ । ଏହି କାର୍ଯ୍ୟକ୍ରମରେ ଭାରତୀୟ ସହିଦ ସେନା ତଥା ବ୍ୟାଚର ୫ ଜଣ ସ୍ୱର୍ଗୀୟ ବନ୍ଧୁଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତେ ନିଜ ନିଜ ବ୍ୟସ୍ତମୟ ଜୀବନର ଉପଲବ୍ଧି ତଥା ଶିକ୍ଷଣୀୟ ଅନୁଭୁତି ପ୍ରକାଶ କରିଥିଲେ । ଆଗାମୀ ଦିନରେ ସବୁ ବନ୍ଧୁମାନଙ୍କ ସହ କିପରି ଭଲଭାବେ ସଂପର୍କ ରଖା ଯାଇପାରିବ ଏନେଇ ଅନେକ ଯୋଜନା ଓ ମାତାମତ ରଖାଯାଇଥିଲା । ଏହି ଉତ୍ସବରେ ସମ୍ମାନୀତ ଅତିଥିଭାବେ ଶମିମ ଅହମଦ ଏବଂ ଲକ୍ଷ୍ମୀଧର ପଟ୍ଟନାୟକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଗୁଲାମ ଅହମଦ ପରିଚାଳନା କରିଥିଲେ । ଏହି ଉତ୍ସବରେ ମୋଟ ୩୨ ଜଣ ୧୯୬୮ ବ୍ୟାଚର ଛାତ୍ର ଯୋଗ ଦେଇଥିଲେ ।


