୧୯୭୯ ବ୍ୟାଚର ବନ୍ଧୁମିଳନ ଉତ୍ସବ
ନାଉଗାଁ, (ଓ୍ବାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ୧୯୭୯ ମସିହା ବ୍ୟାଚର ବନ୍ଧୁମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବହୁ ଦୁର ଦୁରାନ୍ତରେ ଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇ ବିଦ୍ୟାଳୟରେ ବର୍ତମାନ ସ୍ଥିତି ସଂର୍ପକରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆଇନଜୀବି ପ୍ରମୋଦ ସ୍ୱାମୀ ପରିଚାଳନା କରୁଥିବା ବେଳେ ସୁବୋଧ କୁମାର ରାୟ, ରାଜେନ୍ଦ୍ର କୁମାର ଦାସ, ମନୋଜ କୁମାର ନାୟକ, ସୌମେନ୍ଦ୍ର କୁମାର ରାୟ, ଗୌରାଙ୍ଗ ଚରଣ ରାୟ, ପ୍ରିୟରଂଜନ ମହାନ୍ତି, ବରଦା ପ୍ରସନ୍ନ ମହାନ୍ତି, ଆଇନଜୀବି ଲିଙ୍ଗରାଜ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


