୧୯୭୯ ବ୍ୟାଚର ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ

ନାଉଗାଁ, (ଓ୍ବାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ୧୯୭୯ ମସିହା ବ୍ୟାଚର ବନ୍ଧୁମିଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇନଜୀବି ପ୍ରମୋଦ ସ୍ୱାମୀଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସୁବୋଧ କୁମାର ରାୟ, ରାଜେନ୍ଦ୍ର କୁମାର ଦାସ, ମନୋଜ କୁମାର ନାୟକ, ସୌମେନ୍ଦ୍ର କୁମାର ରାୟ, ଗୌରାଙ୍ଗ ଚରଣ ରାୟ, ପ୍ରିୟରଂଜନ ମହାନ୍ତି, ବରଦା ପ୍ରସନ୍ନ ମହାନ୍ତି, ଆଇନଜୀବି ଲିଙ୍ଗରାଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ବନ୍ଧୁମିଳନ ଉତ୍ସବ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଥିବା ବେଳେ ସମସ୍ତ ବନ୍ଧୁମାନେ ଉପସ୍ଥିୁତ ରହିବାକୁ ଉପସ୍ଥିତ ସଭ୍ୟମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ