୧୯୮୧ ଫୁଟ ଉଚ୍ଚରେ ତିଆରି ହେବ ହୋଟେଲଯେତିକି ସୁନ୍ଦର ସେତିକି ଭୟଙ୍କର
ଏମିତି ଏକ ହୋଟେଲ ତିଆରି ହେବାକୁ ଯାଉଛି ଯାହା ଦେଖିବାକୁ ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ । ଏମିତି ହୋଟେଲ ୟୁରୋପରେ ତିଆରି ହେବାକୁ ଯାଉଛି । ଏହି ହୋଟେଲକୁ ଦେଖିଲେ ଭୟରେ ଦେହ ଥରି ଉଠିବ । କିନ୍ତୁ ଏହାର ନିର୍ମାଣ ଶୈଳୀ ଖୁବ୍ ସୁନ୍ଦର ଏବଂ ମନଲୋଭା । ଏଠାରେ ଥାଇ ପ୍ରକୃତିକୁ ବେଶ୍ ଭଲ ଭାବେ ଅନୁଭବ କରିପାରିବେ ଗ୍ରାହକ । ତୁର୍କୀର ଏକ ଷ୍ଟୁଡିଓରେ ଏହି ହୋଟେଲର ଡିଜାଇନ୍ ପ୍ରସ୍ତୁତ କରାଯାଉଛି । ଏହି ହୋଟେଲ ଡିଜାଇନ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି । ଆର୍କିଟେକ୍ଟ ଷ୍ଟୁଡିଓ ହୟାରୀ ଅଟକ୍ ଦକ୍ଷିଣ ନର୍ୱେରେ ୧୯୮୧ ଫୁଟ ଉଚ୍ଚରେ ଏହି ହୋଟେଲ କରିବାକୁ ପ୍ରସ୍ତାବ ରଖିଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ, ହୋଟେଲ ତିଆରି ସରିବା ପରେ ଗ୍ରାହକମାନେ ଉଚ୍ଚରୁ ଥାଇ ପ୍ରାକୃତିକ ତଥା ମନୋରମ ଦୃଶ୍ୟ ଦେଖିପାରିବେ । ଏଥିରେ ୩/୪ଟି ଫ୍ଲୋର ନିର୍ମାଣ କରାଯାଉଛି । ପ୍ରତି ଫ୍ଲୋର୍ରେ ଗୋଟିଏ ଲେଖାଏ ବାଲକୋନି ରହିବ, ଯେଉଁଠି ଠିଆ ହୋଇ ଆଗନ୍ତୁକମାନେ ନରୱେର ସୁନ୍ଦର ଦୃଶ୍ୟରାଜି ଉପଭୋଗ କରିପାରିବେ । ହୋଟେଲର ତଳଭାଗରେ ଏକ ସୁଇମିଂ ପୁଲ୍ ହେବା ପାଇଁ ମଧ୍ୟ ଯୋଜନା ରହିଛି । ଏହି ହୋଟେଲ୍ରେ ଝୁଲନ୍ତା ଚଟାଣ ନିିର୍ମାଣ କରାଯିବ । ସମୁଦ୍ର କିମ୍ବା ନଦୀକୂଳରେ ବସିଥିବା ପରି ଗ୍ରାହକଙ୍କୁ ଅନୁଭବ ହେବ ।