୧୯୮୯ ମାଟ୍ରିକ୍ ବିଦ୍ୟାର୍ଥୀଙ୍କ ବନ୍ଧୁମିଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଗୋପାଳପୁର ଉଚ୍ଚ ବିଦ୍ୟାଳୟ ଓ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ୧୯୮୯ ବ୍ୟାଚ୍ ଷ୍ଟୁଡେଣ୍ଟସ୍ ୱେଲଫେୟାର ଆସୋସିଏସନ୍‌ର ଚତୁର୍ଥ ବାର୍ଷିକ ବନ୍ଧୁମିଳନ ଉତ୍ସବ ମା’ ଖିଲାମୁଣ୍ଡା, ନୁଆସୁକଳ (ରଣପୁର) ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ତତ୍ ସହିତ ଗୋପାଳପୁର ଗ୍ରାମ ସମେତ ପଡ଼ୋଶୀ ଗ୍ରାମମାନଙ୍କରେ ସାମାଜିକ ଓ ଜନହିତକର କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା । ସର୍ବଶେଷରେ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେଲା । ସର୍ବସମ୍ମତିକ୍ରମେ ସଭାପତି ରୂପେ ପ୍ରଦୀପ କୁମାର ସ୍ୱାଇଁ, ଉପସଭାପତି ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ସାଧାରଣ ସମ୍ପାଦକ ନୀଳକଣ୍ଠ ପ୍ରଧାନ, ସହସମ୍ପାଦକ କୁମୁଦିନୀ ସାହୁ ଓ କୋଷାଧ୍ୟକ୍ଷ ରୂପେ ଅଶୋକ କୁମାର ମହାପାତ୍ର ନିର୍ବାଚିତ ହେଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ