୧୯୯୧ ବ୍ୟାଚର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଲକ ଅନ୍ତର୍ଗତ କଂଟୁଣିଆହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଉକ୍ତ ସ୍କୁଲର ୧୯୯୧ ମସିହା ବ୍ୟାଚର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ୟାଚର ଛାତ୍ର ଲଳିତ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା ।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପରମାନନ୍ଦ ମହାପାତ୍ର, ମୁଖ୍ୟବକ୍ତା ଭାବେ ଜାମୁଗାଁ ସରପଂଚ ଲଲାଟେନ୍ଦୁ ପରିଡା, ସମ୍ମାନୀତ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋସ୍ନା ପଟ୍ଟନାୟକ, ପ୍ରାକ୍ତନ ଶିକ୍ଷକ କମଳାକାନ୍ତ ସାହୁ, ସରୋଜ କୁମାର ମହାନ୍ତି, କୁଞବିହାରୀ ସାହୁ, ଦାମୋଦର ଭୋଳ, ସାଧୁଚରଣ ଲେଙ୍କା, ବୁଲାକୀ ଚରଣ ସେଠୀ, ରାମଚନ୍ଦ୍ର ମୁଦୁଲି, ଗୋପାଳ ଚନ୍ଦ୍ର ମିଶ୍ର, ପ୍ରଭାକର ବେହେରା, ପୁଷ୍ପଲତା ଦାଶ, ନିରୁପମା ମହାନ୍ତି, ଗୌରହରି ନାୟକ, କେଳୁଚରଣ ବାଣୁଆ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏଥିରେ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପାରିପାର୍ଶ୍ୱିକ ଉନ୍ନତି ସମ୍ବନ୍ଧରେ ଆଲୋଚନା କରାଯିବା ସହିତ ସ୍କୁଲ ପରିସରରେ ବୃକ୍ଷରୋପଣ କରିଥିଲେ । ପରେ ପୁରାତନ ଛାତ୍ରଛାତ୍ରୀମାନେ ନିଜସ୍ୱ ଅର୍ଥରେ ଏହି ସ୍କୁଲରେ ବର୍ତମାନର ଛାତ୍ରଛାତ୍ରୀମାନଙ୍କ ସମସ୍ୟାକୁ ଦୃଷ୍ଠିରେ ରଖି ଏଠାରେ ଏକ ସାଇକେଲ ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ସ୍ଥିର କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶୁଭବ୍ରତ ମହାନ୍ତି,କ୍ଷୀରୋଦ ସାହୁ,ବିଧାନ ଦାସ,ବିନୋଦ ପରିଡା, ବିଜୟରାମ ଲେଙ୍କା, କ୍ଷମାଶୀଳ ପାଢୀ, ମହେଶ୍ୱର ପରିଡା, ସ୍ମୃତିରଞନ ପରିଡା, ପ୍ରତିମା ରାୟ, ପ୍ରଣତୀ ଭୋଳ, କବିତା ମହାନ୍ତି, ନନ୍ଦିନୀପ୍ରଭା ଦାସ, ସବିତା ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ