୧୯୯୨ ବ୍ୟାଚ ବନ୍ଧୁମିଳନ ଉତ୍ସବ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଲକ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ୧୯୯୨ ବ୍ୟାଚ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ୟାଚର ୮୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସାମିଲ ହୋଇ ବିଦ୍ୟାଳୟରେ ଘଟିଥିବା ପୁରୁଣା ସ୍ମୃତିକୁ ମନେ ପକାଇ ଖୁସିବ୍ୟକ୍ତ କରିବା ସହିତ ବିଦ୍ୟାଳୟର ଉନ୍ନତି ପାଇଁ ଆଲୋଚନା କରିଥିଲେ । ଏହି ବ୍ୟାଚର ସୁନାମଧନ୍ୟ ମେଜିକିସିଆନ ଗଣେଶ ମହାରଣା ଓ ସଂଗୀତକାର ବିଭୁତି ଭୂଷଣ ଯୋଗ ଦେଇ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ୟାଚର ପିତବାସ ବେହେରା, ଚିତରଂଜନ ପରିଡା, ସୂର୍ଯ୍ୟକାନ୍ତ ନାୟକ ସମେତ ସମସ୍ତ ଛାତ୍ରଛାତ୍ରୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ