୧୯୯୨ ମସିହା ଦଶମ ଶ୍ରେଣୀ ବେଚ୍ ର ବନ୍ଧୁ ମିଳନ

ବେଲଗୁଣ୍ଠ।,(ଶିବରାମ ଚୌଧୁରୀ): ବନ୍ଧୁତା ର ବନ୍ଧନ ରେ ଆଜୀବନ ବନ୍ଧିରଖିବା ଉଦ୍ଦେଶ୍ୟରେ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ର ୧୯୯୨ ଦଶମ ଶ୍ରେଣୀ ପୁରାତନ ଛାତ୍ର ମାନେ ଶରଣକୁଳ ନିକଟସ୍ଥ ଶିମିଲି ଝର ଠାରେ ଏକ ବନ୍ଧୁ ମିଳନ କାର୍ଯୟକ୍ରମ ହୋଇଯାଇଅଛି। ଭି. ଗୋପାଳ ପତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁରାତନ ବନ୍ଧୁ ମନେ ଏକତ୍ରିତ ହୋଇ ନିଜନିଜ ବ୍ୟସ୍ତତା ଜୀବନର ଅନୁଭବ ଆଦାନ ପ୍ରଦାନ କରି ଥିଲେ। ଇହଧାମ ପରିତ୍ୟାଗ କରିଥିବା କିଛି ବନ୍ଧୁ ଯଥା ମନୋଜ ରଣା, କୃଷ୍ଣ ପତ୍ର ଏବଂ ପୂର୍ଣ୍ଣ ସାମଲ ଙ୍କ ଆତ୍ମାର ସଦ୍ଗତି ପାଇଁ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଆଗାମୀ ଦିନରେ ବନ୍ଧୁ ଏବଂ ତାଙ୍କ ପରିବାର ର ଯେକୋୖଣସି ଅସୁବିଧାରେ ଯଥା ଶକ୍ତି ସହଯୋଗ କରାଯିବ ପାଇଁ ବାବୁ ସ୍ୱାଇଁ ପ୍ରସ୍ତାବ ଦେଇଥିଲେ ଏହାକୁ ପ୍ରାଣକୃଷ୍ଣ ଙ୍କ ସମେତ ସମସ୍ତ ବନ୍ଧୁ ସମର୍ଥନ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ