୧୯୯୩-୯୪ ବ୍ୟାଚ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ
ବୁଗୁଡା, (ଅନିଲ କୁମାର ମହାରଣା) : ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ୧୯୯୩-୯୫ ବ୍ୟାଚରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ ଉତ୍ସବ ନିକଟସ୍ଥ ଐତିହାସିକ ପୀଠସ୍ଥଳ ତଥା ଭଞ୍ଜ ରାଜବଂଶର ଆରାଧ୍ୟ ଦେବୀ “ମା’ ଶାଙ୍କୁଳାଈ” ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରାଧ୍ୟାପକ କାମେଶ୍ୱର ବେହରା, ପ୍ରାଧ୍ୟାପକ ବିଭୁତି ଭୁଷଣ ବେବର୍ତ୍ତା ଅତିଥି ଭାବେ ଯୋଗଦେଇ ଥିବାବେଳେ ଛାତ୍ର ଅମୀୟ କୁମାର ଖଡଙ୍ଗା, କେ.ରାମେଶ୍ବର ପାତ୍ର, ଶ୍ରୀକାନ୍ତ ଗୁରୁ, ନରେନ୍ଦ୍ର ପ୍ରସାଦ ପଣ୍ଡା, ଗଗନ ପାତ୍ର, ବୁଲୁ ମହାରଣା, ବିରେନ୍ଦ୍ର କୁମାର ଭଞ୍ଜଦେଓ ଏବଂ ଛାତ୍ରୀ ମମତା ଷଢଙ୍ଗୀ, କବିତା ମିଶ୍ର, ଜୟନ୍ତୀ ପ୍ରଧାନ, ପ୍ରତିମା ଦାସ, ସ୍ନିଗ୍ଧା ମିଶ୍ର, ବବିତା ଭୋଳ, ଅନିତା ପାତ୍ର, ପ୍ରମୁଖ ଯୋଗଦେଇ ଗୁରୁ ପୂଜନ କରିବା ସହ ନିଜର ମହାବିଦ୍ୟାଳୟ ସ୍ତରୀୟ ଅନୁଭୁତି ବର୍ଣ୍ଣନା କରିଥିଲେ। ଶେଷରେ ନରେନ୍ଦ୍ର ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ।


