୧୯୯୪ ମସିହା ମେଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ନବରଙ୍ଗପୁର, (ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ୧୯୯୪ ମସିହା ମେଟ୍ରିକ ବ୍ୟାଚ୍ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୧୯୯୪ ଵ୍ୟାଚ ର ଓଡିଶା ତଥା ଓଡିଶା ବାହାରେ ଥିବା ଛାତ୍ରଛାତ୍ରୀ ତାଙ୍କ ପୁରୁଣା ଦିନ କୁ ପୁଣି ମନେ ପକାଇବା ପାଇଁ ଏକତ୍ରିତ ହୋଇଥିଲେ। ଏଥିରେ ୧୯୯୪ ମସିହା ରେ ଡାବୁଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଥିବା ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି,ଅଜୟ ବଲ୍ଲଭ ପଣ୍ଡା,ସୁଦର୍ଶନ ନାୟକ,ବସନ୍ତ ଦାସ ଓ ସରୋଜ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚାଶିନ ଥିଲେ। ୧୯୯୪ ମସିହାରେ ଶିକ୍ଷାଦାନ କରୁଥିବା ଶିକ୍ଷକ ମାନଙ୍କ ମଧ୍ୟରୁ ତିନି ଜଣ ଶିକ୍ଷକ ଙ୍କ ମୃତ୍ୟୁ ହୋଇ ଯାଇଥିବା ସ୍ଥଳେ ତାଙ୍କ ଆମର ଆତ୍ମାର ଶାନ୍ତି ପ୍ରଦାନ ନିମନ୍ତେ ଦୁଇ ମିନିଟ ର ନୀରବ ପ୍ରାର୍ଥନା କରାଯାଇଥିଲା। ମଞ୍ଚାସୀନ ଶିକ୍ଷକ ମାନେ ଅବସର ନେଇଥିଲେ ସୁଦ୍ଧା ପୁରୁଣା ଛାତ୍ର ଛାତ୍ରୀଙ୍କ ବିତି ଯାଇଥିବା ପୁରୁଣା ଦିନ କୁ ମନେ ପକାଇ ଥିଲେ। ସେହି ସମୟରେ ଛାତ୍ରଛାତ୍ରୀ ପାଠ ନ ପଢ଼ିଲେ କିମ୍ବା ଦୁଷ୍ଟାମୀ କରିଲେ ଦଣ୍ଡ ବିଧାନ ରହୁ ଥିବାରୁ ସମସ୍ତେ ଶୃଙ୍ଖଳିତ ଥିଲେ ବୋଲି ଅବସର ଶିକ୍ଷକ ସୁଦର୍ଶନ ନାୟକ କହିଥିଲେ। ଜଣେ ୧୯୯୪ ମସିହା ର ମେଟ୍ରିକ୍ ଵ୍ୟାଚ ର ଛାତ୍ରୀ ମଧୁସ୍ମିତା ସେଠି ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ ରେ ଡାକ୍ତରୀ କରୁଥିବା ବେଳେ ଜଣେ ସମ୍ପର୍କୀୟ ଙ୍କୁ ଉତ୍ତମ ସେବା ଓ ଚିକିତ୍ସା ପ୍ରଦାନ କରି ଗୁରୁ ର ଋଣ ସୁଝିଥିବା କହିଥିଲେ। ଅବସର ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି ଓ ଅଜୟ ବଲ୍ଲଭ ପଣ୍ଡା ଛାତ୍ରଛାତ୍ରୀ ଙ୍କୁ ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପରିବାର ଓ ସମାଜ ର ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ କହିଥିଲେ। ଶେଷରେ ପୁରାତନ ଛାତ୍ର ଛାତ୍ରୀ ମାନେ ତାଙ୍କ ଗୁରୁ ମାନଙ୍କୁ ଉପ ଢ଼ଉକାନ ଓ ପୁରସ୍କାର ଦେଇ ସମ୍ମାନିତ କରିଥିଲେ। ଏବଂ ସମସ୍ତ ଛାତ୍ରଛାତ୍ରୀ ଙ୍କ ପରିବାର ବର୍ଗଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହା ପରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇ ଛାତ୍ର ଛାତ୍ରୀ ସେମାନଙ୍କ ପୁରୁଣା ଦିନ କୁ ମନେ ପକାଇ ଥିଲେ। ଶେଷରେ ପୁରୁଣା ବନ୍ଧୁ ମାନେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପରିବାର ବର୍ଗ ସହ ନାଚ ଗୀତ ର ମଜା ନେଇଥିଲେ । ମଞ୍ଚ ପରିଚାଳନା ସଂଗ୍ରାମ ନାୟକ ଓ ମଧୁସ୍ମିତା ସେଠୀ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ତ୍ରିପତି ଜେନା, ଏ ଶକ୍ତି ପ୍ରସାଦ ରାଓ,ଅନିତା ବେହେରା, ସବିତା ପାଣିଗ୍ରାହୀ,ମନୋଜ ମହାପାତ୍ର, ଅଭିରାମ ପାଢ଼ୀ,ପ୍ରଦୀପ ସାହୁ,ବିଶ୍ଵ ରଞ୍ଜନ ପାତ୍ର,ଫୁଲ ସିଂ ଜାନି,ନରେଶ ସିଂ ଓ ସତ୍ୟ ରଞ୍ଜନ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ