୧୯୯୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ
ନାଉଗାଁ, : ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଲୟର ୧୯୯୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ୧୯୯୮ ମସିହା ବ୍ୟାଚର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସମେତ ବର୍ତମାନର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଏକତ୍ରିତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବନ୍ଧୁମିଳନ ଉତ୍ସବରେ ପ୍ରାୟ ୮୦ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ଏକତିତ୍ର ହୋଇ ନିଜ ନିଜର ଅତୀତର ସ୍ମୃତି ବଖାଣିବା ସହିତ ବିଦ୍ୟାଳୟର ଉନ୍ନତି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିଶିର ସାହୁ,ପ୍ରସନ୍ନ ଦାସ,ଭବାନୀ ନାୟକ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟ ସଂପାଦନ କରାଯାଇଥିଲା ।