୧୯ ଜଣ କଲିକତା ଫେରନ୍ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଗଲା

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ପରିପେକ୍ଷୀରେ ବିଦେଶ ଓ ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତି ମାନଙ୍କ ଉପରେ ପ୍ରଶାସନ ନଜର ରଖିଛି । ଗତ ମାର୍ଚ୍ଚ ୨୮ ଓ ୨୯ ତାରିଖରେ ବନ୍ତ ବ୍ଲକର କିଛିବ୍ୟକ୍ତି କଲିକତାରୁ ଫେରିଥିବା ନେଇ ଜିଲା ପ୍ରଶାସନ ପାଖରେ ଖବର ଥିଲା । ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ବ୍ଲକ ପ୍ରଶାସନ ବିଭିନ୍ନ ପଞ୍ଚାୟତରୁ ଠାବ କରି ସେମାନଙ୍କୁ ସାମୟିକ ସ୍ୱାସ୍ଥ୍ୟ ଶିବିରରେ ରଖିଥିଲା । କିଛି ବ୍ୟକ୍ତି ନିଜସ୍ୱ ଘରେ ଆସୋଲେସନରେ ମଧ୍ୟ ରହିଥିଲେ । ବ୍ଲକର ବିଭିନ୍ନ ପଞ୍ଚାୟତରୁ ଠାବ ହୋଇଥିବା ୧୯ ଜଣ କଲିକତା ଫେରନ୍ତାଙ୍କୁ ଗୁରବାର ନମୁନା ପରୀକ୍ଷା ପାଇଁ ବ୍ଲକ ପ୍ରଶାସନ ପଠାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ