୧୯ ଡିସେମ୍ବରରେ ବିଧାନସଭା ଘେରାଉ ପାଇଁ ଗଞ୍ଜାମ ଜିଲ୍ଲା ଅଙ୍ଗନବାଡି କର୍ମୀ ସଂଘ ବୈଠକରେ ଆହ୍ୱାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଏଆଇଟିୟୁସି ଅନୁବନ୍ଧିତ ଗଞ୍ଜାମ ଜିଲ୍ଲା ଅଙ୍ଗନବାଡି କର୍ମୀ ସଂଘର ବୈଠକ ଛତ୍ରପୁର ସ୍ଥିତ ଲକ୍ଷ୍ମଣଭବନ ଠାରେ ଜିଲ୍ଲା ସଭାପତି ମମତାଜ ଖୁଂଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନବାଡି କର୍ମୀଙ୍କ ବିଭିନ୍ନ ଦାବି ନେଇ ଆଶନ୍ତା ୧୯ ତାରିଖରେ ବିଧାନସଭା ଘେରାଉ କରାଯିବା ପାଇଁ ବୈଠକରେ ନିଷ୍ପତିି ନିଆଯାଇଛି । ଓଡିଶାରେ ନୂତନ ସରକାର କ୍ଷମତାକୁ ଆସିବା ପରେ ଅଙ୍ଗନବାଡି କର୍ମୀ ବିଭିନ୍ନ ଦାବି ଗୁଡିକୁ ପୂରଣ କରିବା ପାଇଁ ନିର୍ବଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ । ଏଣୁ ଏହାର ପ୍ରତିବାଦରେ ଆସନ୍ତା ୧୯ ତାରିଖରେ ୫ ହଜାରୁ ଅଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତିରେ ବିଧାନସଭା ଘେରାଉ କରାଯିବା ପାଇଁ ବୈଠକରେ ଆହ୍ୱାନ ଦିଆଯାଇଛି । ଏଆଇଟିୟୁସି ରାଜ୍ୟ ସାଧାରଣ ସଂପାଦକ ବିଜୟ କୁମାର ଜେନା ଏହି ବୈଠକରେ ଯୋଗଦେଇ ନୂତନ ସରକାର ଆସିବା ପରେ ଅଙ୍ଗନବାଡି କର୍ମୀଙ୍କ ଉପରେ ବୋଝ ଅଧିକ ଲଦା ଯାଉଥିବା ବେଳେ ଭତା ବୃଦ୍ଧି ପାଇଁ କର୍ଣ୍ଣପାତ କରୁନାହାନ୍ତି । ଏସ୍‌ଏନପିର ଦର ସଂଶୋଧନ, ଭତାବୃଦ୍ଧି, ନୂତନ ମୋବାଇଳ ପ୍ରଦାନ ଓ ଅନ୍ୟାନ୍ୟ ଦାବିରେ ଆଗାମୀ ବିଧାନସଭା ବିକ୍ଷୋଭକୁ ସଫଳ କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ଅଙ୍ଗନବାଡି କର୍ମୀ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟ ବିରୁଦ୍ଧରେ ଆଗାମୀ ଡିସେମ୍ବର ୧୩ ତାରିଖରେ ଗଞ୍ଜାମ ସିଡିପିଓ କାର୍ଯ୍ୟାଳୟ ଘେରାଉ କରାଯିବ । ଏହି ବୈଠକରେ ଏଆଇଟି ୟୁସି ନେତା ନୀଳକଣ୍ଠ ଦାଶ, ମାଣିକେଶ୍ୱରୀ ପଟ୍ଟନାୟକ, ଲକ୍ଷ୍ମୀ ପ୍ରିୟା ପ୍ରଧାନ, ପ୍ରତିମା ଦାସ, ମୀନାକ୍ଷୀ, ରିତାଞ୍ଜଳୀ ଦାସ, ଲିଲାବତି ଦୋରା, ସାକମ୍ବରୀ ବାରିକ, ଦୁର୍ଯ୍ୟୋଧନ ନାହାକ ପ୍ରମୁଖ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ