୧୯ ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା ବାମ ଦଳ
ନୂଆଦିଲ୍ଲୀ : କିଛି ଲୋକ ସଂଶୋଧନ ବିଲ(ସିଏବି)କୁ ନେଇ କିଛି ଦଳ ସମର୍ଥନ କରୁଥିବା ବେଳେ କିଛି ଦଳ ବିରୋଧ କରୁଛନ୍ତି । ସେଥିମଧ୍ୟରୁ ବାମ ଦଳ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଏହାକୁ ବିରୋଧ କରି ବାମ ଦଳ ପକ୍ଷରୁ ୧୯ ତାରିଖରେ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି । କେନ୍ଦ୍ର ସରକାର ସମଗ୍ର ଦେଶରେ ଏନଆରସି ଲାଗୁ କରିବା ପାଇଁ ଘୋଷଣା କରିଥିବାରୁ ବାମ ଦଳ ଏହାକୁ ତିବ୍ର ବିରୋଧ କରିଥିଲା । ବାମଦଳର ସାଂସଦ ମାନେ ସଂସଦ ପରିସରରେ ଏହି ବିଲକୁ ଜୋରଦାର ବିରୋଧ କରିଥିଲେ ।କେନ୍ଦ୍ର ସରକାର ଧର୍ମ ଆଧାରରେ ନାଗରିକତା ଦେବାକୁ ବିଲରେ ବ୍ୟବସ୍ଥା କରିଥିବାରୁ ଏହାକୁ ତିବ୍ର ବିରୋଧ କରିଛି ଦଳ ।