୧ କୋଟି ୮୧ଲକ୍ଷ ୫୪ ହଜାର ୩୫୯ ଟଙ୍କା ଅବକାରୀ ଫାଇନ ଖିଲାଫ କାରୀଙ୍କୁ ଅନୁକମ୍ପା ଦେଖାଉଛି କିଏ ?
କରଞ୍ଜିଆ, (ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ଜୈନେକ ପ୍ରଭାବଶାଳୀ ମଦ ବ୍ୟବସାୟୀଙ୍କ ମଦ କାଉଣ୍ଟରରେ ବିଦେଶୀ ମଦ ବିକ୍ରୟର ବାର୍ଷିକ ଲକ୍ଷ ପୂରଣ କରିନପାରିବାରୁ ଉକ୍ତ ବ୍ୟବସାୟ କୁ ଅବକାରୀ ବିଭାଗ ପକ୍ଷରୁ ସିଲ କରାଯାଇଥିଲା ଏବଂ ଉକ୍ତ ପ୍ରଭାବଶାଳୀ ମଦ ବ୍ୟବସାୟୀଙ୍କ ମଦ କାଉଣ୍ଟର ଅବକାରୀ ବିଭାଗ ପକ୍ଷରୁ ଧାର୍ଯ୍ୟ ଲକ୍ଷ ରେ ୨୩୮୦୮. ୩୭ ଲିଟର ବିଦେଶୀ ମଦ ବିକ୍ରୟ ରେ ବିଫଳ ହୋଇଥିବାରୁ ଲିଟର ପିଛା ଧାର୍ଯ୍ୟ ୬୯୩ ଟଙ୍କା ୨୦ ପଇସା ହିସାବ ରେ ୧ କୋଟି ୬୫ଲକ୍ଷ ୩୯୬୨ଟଙ୍କା ୮ ପଇସା ଏବଂ ୧୦ ପ୍ରତିଶତ ସବ ଚାର୍ଜ ମିଶାଇ ୧ କୋଟି ୮୧ଲକ୍ଷ ୫୪ ହଜାର ୩୫୯ ଟଙ୍କା ଫାଇନ ହୋଇଥିଲା ଏହା ଉକ୍ତ ମଦ ବ୍ୟବସାୟୀ ପୈଠ ନକରିବାରୁ ପୁଣିଡିମାଣ୍ଡ ନୋଟିସ ଚିଠି ସଂଖ୍ୟା ୨୩୨୧ /୨.ଜୁଲାଇ ୨୦୨୪ ରେ ପୁର୍ନବାର ଉକ୍ତ ଅର୍ଥ ଦାଖଲ ନିମନ୍ତେ ନିର୍ଦେଶ ଦିଆଯାଇଥିଲା କିନ୍ତୁ ଉକ୍ତ ବ୍ୟବସାୟୀ ଫାଇନ ଅର୍ଥକୁ ଦାଖଲ କରୁନାହାନ୍ତି କି ବିଭାଗ ପକ୍ଷରୁ ଉକ୍ତ ଅର୍ଥ ଆଦାୟ ନିମନ୍ତେ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉନାହିଁ ନିୟମ ଅନୁଯାୟୀ ଅବକାରୀ ଫାଇନ ଅନାଦେୟ କ୍ଷେତ୍ରରେ ଉକ୍ତ ଖିଲାଫ କାରୀଙ୍କ ବିରୋଧରେ ଓଡିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ ୧୯୬୨ ଅନୁଯାଇ ଖିଲାଫ କାରୀଙ୍କୁ ଡିମାଣ୍ଡ ନୋଟିସ ଦେଇ ଉକ୍ତ ବ୍ୟବସାୟୀଙ୍କ ସମ୍ପତିକୁ ଆଟାଚ କରାଯାଇ ଉକ୍ତ ସମ୍ପତିକୁ ନିଲାମ ବା ବିକ୍ରୟ କରି ଉକ୍ତ ଅର୍ଥ ଆଦାୟର ବ୍ୟବସ୍ଥା ରହିଛି
କିନ୍ତୁ ପୂର୍ବତନ ମନ୍ତ୍ରୀଙ୍କ ନିକଟ ସହଯୋଗୀ ଏବଂ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ସମସ୍ତ ଆଇନ ଏହି କ୍ଷେତ୍ର ରେ ବାଟ ବଣା ହୋଇଯାଇଛି
ସାଧାରଣ ଜନତାଙ୍କ ଠାରୁ ବିଭିନ୍ନ ଫାଇନ ଅର୍ଥ ଆଦାୟ କରିବାର ଥିଲେ ସମସ୍ତ କଳ ବଳ ଲଗାଉଥିବା ପ୍ରଶାସନ ଉକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ୧ କୋଟି ୮୧ଲକ୍ଷ ୫୪ ହଜାର ୩୫୯ ଟଙ୍କା ଆଦାୟ କରିବାରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଅବକାରୀ ବିଭାଗ ର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏପରିକି ଉକ୍ତ ମଦ ବ୍ୟବସାୟୀ ଜଣେ ପୂର୍ବତନ ମନ୍ତ୍ରୀଙ୍କ ନିକଟ ସହଯୋଗୀ ବିଜେଡି ଦଳର ତୁଙ୍ଗ ନେତା ହୋଇଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଛନ୍ତି ଅବକାରୀ ବିଭାଗ ର ବରିଷ୍ଠ ଅଧିକାରୀ ବୋଲି ସାଧାରଣ ରେ ଆଲୋଚନା ଜୋର ଧରିଛି
ଉକ୍ତ ୧ କୋଟି ୮୧ଲକ୍ଷ ୫୪ ହଜାର ୩୫୯ ଟଙ୍କା ଫାଇନ ଖିଲାଫ କାରୀ ଙ୍କ ବିରୋଧ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଅନାଦେୟ ୧ କୋଟି ୮୧ଲକ୍ଷ ୫୪ ହଜାର ୩୫୯ ଟଙ୍କା ଆଦାୟ କରିବାକୁ କରଞ୍ଜିଆ ର ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି
ଦେଖିବାକୁ ବାକି ରହିଲା କେବେ ଅନାଦେୟ ଅର୍ଥ ଆଦାୟ ହେଉଛି କିମ୍ବା ପ୍ରଶାସନିକ ଅନୁକମ୍ପା ବଜାୟ ରହୁଛି.