୧ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଲଗୁଣ୍ଠା ବିଜେଡ଼ିର ଅଭିନନ୍ଦନ ବାର୍ତା,ତହସିଲଦାରଙ୍କ ଜରିଆରେ ପ୍ରେରଣ କଲେ ଧନ୍ୟବାଦ ପତ୍ର ।

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ପୁଣି ଥରେ ଦେଶ ର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିକଟ ରେ ହୋଇଥିବା ଇଣ୍ଡିଆ ଟୁଡେ ମୁଡ ଅଫ ନେସନ ସର୍ଭେ ଏବଂ ଏବିପି –ଆଇଏନଏସ-ସି ଭୋଟର ସର୍ଭେ ରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସବୁଠାରୁ ଶୀର୍ଷରେ ସ୍ଥାନରେ ରହିଛନ୍ତି ।ଏହି ଅବସର ରେ ସୁରଡା ନିର୍ବାଚନ ମଣ୍ଡଳୀ ବେଲଗୁଣ୍ଠା ବ୍ଲକ ତରଫରୁ ଏକଦସ୍ତଖତ ସମ୍ବଳିତ ଅଭିନନ୍ଦନ ଓ ଧନ୍ୟବାଦ ବାର୍ତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ବେଲଗୁଣ୍ଠା ତହସିଲଦାରଙ୍କ ଜରିଆରେ ପ୍ରେରଣ କରାଯାଇଛି ।ଆଜି ପୂର୍ବାହ୍ନ ୧୧.୩୦ ସମୟରେ ବେଲଗୁଣ୍ଠା ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ଵରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଶୋୟୀ ଓ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଯୋଗ ଦେଇ ବେଲଗୁଣ୍ଠା କଲ୍ୟାଣ ମଣ୍ଡପ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରିଥିଲେ ।ପରେ ସେମାନଙ୍କ ସହ ଶତାଧିକ ବିଜେଡ଼ି କର୍ମୀ ଏକ ଶୋଭାଯାତ୍ରାରେ ହାଟପଦା,ଅଳିଆ ସାହି ଦେଇ ବେଲଗୁଣ୍ଠା ତହସିଲଦାର ଅଫିସରେ ପହଞ୍ଚି ତହସିଲଦାର ସରୋଜ କୁମାର ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ ।କୋଭିଡ ମୁକାବିଲା ହେଉ କି ପପ୍ରାକୃତିକ ବିପର୍ଯ୍ୟୟ ହେଉ କି ଓଡିଶା ର ବିକାଶ ହେଉ ସବୁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ରେ ୧ ନମ୍ବର ବୋଲି ବିଧାୟକ ଓ ସାଂସଦ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଲକର ବହୁ ସରପଞ୍ଚ,ସମିତି ସଭ୍ୟ,ଜିଲା ପରିଷଦ ସଭ୍ୟ,ଏନଏସି ର ପୂର୍ବତନ ନଗରପାଳ,କାଉନ୍ସିଲର,କର୍ମୀ ଓ ସଂଗଠକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ