୧ ବର୍ଷ ହେବ ମିଳୁନାହିଁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତରେ ପ୍ରାୟ ୨ ବର୍ଷ ହେବ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ମିଳିନଥିବା ଜଣାଯାଇଛି । ଉକ୍ତ ପଞ୍ଚାୟତରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ଏହି ଯୋଜନାରେ ୨ ହଜାର ଲେଖାଏଁ ଅର୍ଥ ମିଳିନାହିଁ । ଏବିଷୟରେ ବାରମ୍ବାର ବ୍ଲକ ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ରାଜ୍ୟ ସରକାର ମୃତ ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ପ୍ରଦାନର ବ୍ୟବସ୍ଥା କରିଛନ୍ତି । ହେଲେ ଏହି ପଞ୍ଚାୟତ ଭଳି ବହୁ ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ଏହି ଅର୍ଥ ମିଳିନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ