୧ ମିଲିୟନ୍ ଡଲାର ଦେଇଛି ନ୍ୟାସ୍‌ନାଲ୍ ଜିଓଗ୍ରାଫିକ୍ ଚ୍ୟାନେଲ୍‌

ନୂଆଦିଲ୍ଳୀ: ନ୍ୟାସ୍‌ନାଲ୍ ଜିଓଗ୍ରାଫିକ୍ ଚ୍ୟାନେଲ୍‌ରେ ଆପଣ ଅନେକ ଜୀବଜନ୍ତୁଙ୍କ ଭିଡିଓ ଦେଖିଥିବେ । ମାତ୍ର ନିକଟରେ ଏକ ଭିଡିଓକୁ ନ୍ୟାସ୍‌ନାଲ୍ ଜିଓଗ୍ରାଫିକ୍ ଚ୍ୟାନେଲ୍ ୧ ମିଲିୟନ୍ ଡଲାର ଦେଇଥିବା କଥା ବେଶ୍ ଚର୍ଚ୍ଚା ପାଲଟିଛି । ଏହି ନିଆରା ଭିଡିଓରେ ଅସୁସ୍ଥ ପ୍ରାଣୀ “ମାମା’ ସହ ଜଣେ ବ୍ୟକ୍ତିଙ୍କ ବନ୍ଧୁତ୍ୱ ଦେଖିବାକୁ ମିଳିଛି । ଭିଡିଓରେ ପ୍ରଥମେ “ମାମା’ ଅସୁସ୍ଥ ଥିବାର ଦୃଶ୍ୟମାନ ହୋଇଛି । ମାତ୍ର ସେ ଯେତେବେଳେ ତା’ର ମଣିଷ ବନ୍ଧୁକୁ ଦେଖୁଛି ସେତେବେଳେ ତା’ର ଖୁସିର ସୀମା ରହୁନାହିଁ । ୫୯ ବର୍ଷିଅ “ମାମା’ ଅସୁସ୍ଥ ଅବସ୍ଥାରେ ଗୋଟିଏ ସ୍ଥାନରେ ପଡ଼ିରହିଥାଏ । ଖାଇବା ପିଇବାକୁ ଦେଲେ ବି ତୁଣ୍ଡକୁ ନେଉନି । ମୃତ୍ୟୁ ଯେପରି ତାକୁ ଅପେକ୍ଷା କରି ରହିିଛି! ସେତିକିବେଳେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି “ମାମା’ ନିକଟକୁ ଆସୁଛନ୍ତି । ସେହି ସମୟରେ “ମାମା’ ପ୍ରତିକ୍ରିୟା ସମସ୍ତଙ୍କୁ ଚକିତ କରି ପକାଉଛି । ବ୍ୟକ୍ତି ଜଣଙ୍କ ଥିଲେ ପ୍ରଫେସର୍ ଜାନ୍ ଭାନ୍ ହୁଫ୍ । ସେ ଦୀର୍ଘ ଦିନ ତଳେ “ମାମା’ର ଯତ୍ନ ନିୟମିତ ଭାବେ ନେଉଥିଲେ । ପ୍ରଫେସର୍ ଯେତେବେଳେ ଶୁଣିଲେ ଯେ “ମାମା’ ଅସୁସ୍ଥ ସେ ତାଙ୍କୁ ଶେଷ ଦେଖା କରିବାକୁ ଧାଇଁ ଆସିଲେ । ପ୍ରଥମେ “ମାମା’ ତାଙ୍କୁ ଚିହ୍ନି ପାରିଲା ନାହିଁ । ମାତ୍ର ପରବର୍ତ୍ତୀ ସମୟରେ “ମାମା’ର ପ୍ରତିକ୍ରିୟା ନିହାତି ହୃଦୟସ୍ପର୍ଶୀ ଥିଲା । ସେ ତା’ର ପୂରା ମୁହଁ ଖୋଲି ହସିବାକୁ ଚେଷ୍ଟା କରୁଥିଲା । ଉଭୟ ଉଭୟଙ୍କୁ ସ୍ନେହଭରା ସ୍ପର୍ଶ ଦେଉଥିଲେ । ‘ମାମା’ ଖୁବ୍ ଆନନ୍ଦିତ ହେଉଥିଲା । କେବଳ ସେତିକି ନୁହେଁ ସେ ପ୍ରଫେସରଙ୍କ ହାତରୁ କିଛି ଖାଦ୍ୟ ମଧ୍ୟ ଖାଇଲା । ପ୍ରଫେସର ତା’ ସହ କଥା ହେଉଥିଲେ । ‘ମାମା’ ବୁଝିବା ନୟନରେ ତାଙ୍କୁ ଦେଖୁଥାଏ । ତେବେ ମାମା ହେଉଛି ଏକ ସିମ୍ପାଜି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ