୧ ହଜାର ପ୍ୟାକେଟ ଦେଶୀ ମଦ ପାଉଚ୍ ଜବତ, ଜଣେ ଗିରଫ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ସମେତ କିଛି ନିର୍ମାଣ, ପୁସ୍ତକ, ବିଦ୍ୟୁତ ସରଞ୍ଜାମ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରଖିବା ସକାଶେ ନିର୍ଦ୍ଦେର୍ଶ ରହିଛି । ପାନ, ଚାହା, ଫାଷ୍ଟପୁଡ଼୍‌, ଗୁପୁଚୁପ ସମେତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ହେଲେ ସ୍ଥାନୀୟ ଅଂଚଳର ବହୁ ମଦ ବ୍ୟବସାୟୀ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରି ଚୋରା ମଦ ବ୍ୟବସାୟ ଜାରୀ ରଖିଛନ୍ତି । ମଦର କଳାବଜାର ଓ ଚୋରା ମଦ ଚାଲାଣ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସ୍ଥାନୀୟ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ପୁଲିସ ପ୍ରଶାସନ ଚେଇଁ ଉଠିଛି । ସୋମବାର ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୁଲିସ ଟିମ ପେଟ୍ରୋଲିଂ କରୁଥିବା ବେଳେ ଏକ ଯାତ୍ରୀବାହୀ ଅଟୋ (ଓଡ଼ି୦୭ଏକ୍ସ ୩୦୫୫) ଯୋଗେ ଦେଶୀ ମଦ ଚାଲାଣ ହେଉଥିବା ବେଳେ ଖଣ୍ଡରା ଛକ ନିକଟରେ ଚଢାଉ କରି ଚାଲାଣ ହେଉଥିବା ୧ ହଜାର ପ୍ୟାକେଟ ଦେଶୀ ମଦ ପାଉଚ୍ ଜବତ କରିବା ସହ ଅଟୋ ଚାଳକ ସ୍ଥାନୀୟ ଥାନା କିର୍ତିପୁର ଗ୍ରାମର ପ୍ରଶାନ୍ତ ସ୍ୱାଇଁଙ୍କୁ ଗିରଫ କରାଯାଇଛି । ମଦ ଚାଲାଣ କରୁଥିବା ଯାତ୍ରୀବାହୀ ଅଟୋକୁ ମଧ୍ୟ ଜବତ କରାଯାଇଛି । ଏ ନେଇ ହିଂଜିଳି ଥାନାରେ ନଂ ୧୪୪/୨୦ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ରାଜନ ବିଷୋୟୀଙ୍କ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ