୧, ୨ ଓ ୮ ନଂ ୱାର୍ଡ଼ରେ ‘ମୋ ୱାର୍ଡ଼’ ଅଭିଯାନ କାର୍ଯ୍ୟକ୍ରମ

ଛତ୍ରପୁର,(ଦେବଦତ୍ତ ମହାରଣା):  ଛତ୍ରପୁର ଏନଏସି ପକ୍ଷରୁ ୧ ନଂ, ୨ ନଂ ଓ ୮ ନଂ ୱାର୍ଡ଼ରେ ମୋ ୱାର୍ଡ଼ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୱାର୍ଡ଼ ଲେବଲ ଅଫିସରମାନେ ଯୋଗ ଦେଇ ନିଜ ନିଜ ୱାର୍ଡ଼ର ଉନ୍ନତିକରଣ ଦିଗରେ ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିବା ଦରକାର ଓ ଏଥିରେ ୱାର୍ଡ଼ ବାସିନ୍ଦାଙ୍କ ଭାଗିଦାରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି । ସମସ୍ତ ୱାର୍ଡ଼ରେ ସ୍ଥାନୀୟ ଜନସାଧାରଣ, ୱାର୍ଡ଼ ଲେବଲ କମିଟି ସଭ୍ୟ ମାନେ ଉପସ୍ଥିତ ରହି ୱାର୍ଡ଼ଗୁଡ଼ିକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଏହାର ନିରାକରଣ କିଭଳି ହୋଇପାରିବ ସେ ସମ୍ପର୍କରେ ମତବ୍ୟକ୍ତ ରଖିଥିଲେ । ମୁଖ୍ୟତଃ ପରିମଳ ବ୍ୟବସ୍ଥାର ଉନ୍ନତି, ପାନୀୟ ଜଳ, ଡଷ୍ଟବିନ ବ୍ୟବହାର କରିବା, ଷ୍ଟ୍ରିିଟ ଲାଇଟ, ବୃକ୍ଷରୋପଣ ଓ ଅନ୍ୟାନ୍ୟ ୱାର୍ଡ଼ଗୁଡ଼ିକର ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ଡପିଏମ୍ ମନୋରଞ୍ଜନ ପାଣିଗ୍ରାହୀ, ୮ ନଂ ୱାର୍ଡ଼ର ୱାର୍ଡ଼ ଲେବଲ ଅଫିସର ଏସ.ଡାଲେ ଲେୟା ରେଡ୍ଡି, ୧ ନଂ ୱାର୍ଡ଼ର ୱାର୍ଡ଼ ଲେବଲ ଅଫିସର ଯୁଗଳ କିଶୋର ଦାସ, ୨ ନଂ ୱାର୍ଡ଼ର ୱାର୍ଡ଼ଲେବଲ ଅଫିସର ଜି,ଜଗଦୀଶ ରେଡ୍ଡି ଓ କୃଷ୍ଣ ପ୍ରସାଦ ମହାପାତ୍ର, ଶ୍ରିମତ ପାତ୍ର ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବି.ଶ୍ରୀନିବାସ, ପୂର୍ବତନ କାଉନସିଲର କେ.କ୍ରାନ୍ତି, ଟି.ଧନଲକ୍ଷ୍ମୀଙ୍କ ସମେତ ସ୍ୱଚ୍ଛସାଥୀ ଓ ୱାର୍ଡ଼ ବାସିନ୍ଦାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ