୨କିଲୋ ଗଞ୍ଜେଇ ଜବତ:୧ ଗିରଫ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ଥାନା ଅଧୀନ ଠାକୁରପାଟଣା ଗ୍ରାମରେ ଚଢ଼ାଉକରି ଦୁଇ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଚୋରା ଗଞ୍ଜେଇ ବେପାରୀ ରମେଶ ଚନ୍ଦ୍ର ନାୟକ (୪୬) ଙ୍କୁ ଗିରଫ କରିଥିଲା। ଏ ସଂକ୍ରାନ୍ତ ରେ ନିମାପଡା ଅବକାରୀ ଥାନା ରେ ଏକ ମାମଲା (କେସ ନଂ ୬୮/୨୦୨୨) ରୁଜ୍ଜୁ କରାଯିବା ସହିତ ଅଭିଯୁକ୍ତ ରମେଶକୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପକାରାଗାରକୁ ପଠାଇ ଦିଆଯାଇଛି।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ କୋଡିଏ ହଜାର ଟଙ୍କାରୁ ଉର୍ଦ୍ଧ ହେବ।ଏହି ଚଢ଼ାଉରେ ଅବକାରୀ ଏ.ଏସ.ଆଇ ଲୋକନାଥ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ନାଏକ ଏବଂ କର୍ମଚାରୀ ଆଶିଷ କୁମାର ପ୍ରଧାନ,ଜିତେନ୍ଦ୍ର ବେହେରା,ଶେଖ ୱାରିସ,ସବିତା ସାହୁ ପ୍ରମୁଖ ସାମିଲ ଥିଲେ।


