୨କୋଟି ଟଙ୍କାର ହୀରା ଚୋରୀ ଅଭିଯୋଗ

ସୁରତ- ଗୁଜୁରାଟ ସୁରତ କତାରଗାମ ଅଞ୍ଚଳରେ ଥିବା ଏକ ହୀରା ଗୋଦାମରୁ ଚୋରୀ ହୋଇଛି ୨କୋଟି ଟଙ୍କାର ମୂଲ୍ୟବାନ୍ ହୀରା । ଏନେଇ ପୋଲିସରେ ଅଭିଯୋଗ ହେବାପରେ ଛାନ୍ଭିନ୍ ଆରମ୍ଭ ହୋଇଛି । ସୂଚନାଥାଉକି ଶୁକ୍ରବାର ଦିନ ସଂଧ୍ୟା ସମୟରେ ଫ୍ୟାକ୍ଟ୍ରିରେ ଥିବା ସମସ୍ତ ହୀରାର ଗଣତି ହୋଇଥିଲା । ଠିକ୍ ସେହିସମୟରେ ଗୋଟିଏ ହୀରା ଗାଏବ ରହିଥିବା ଜଣାପଡିଥିଲା । ପରେ ବହୁ ଖୋଜଖୋଜି ପରେ ଚୋରି ହୀରା ମିଳିନଥିଲା । ତେବେ ଫ୍ୟାକ୍ଟ୍ରିରୁ ଗାଏବ ଥିବା ଜଣେ କର୍ମଚାରୀଙ୍କ ଉପରେ ସନ୍ଦେହ ହୋଇଥିଲା । ସନ୍ଦେହ କରାଯାଉଥିବା ଶ୍ରମିକ ଫେରାର ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ