୨ଟି ଘରୋଇ ନର୍ସିଂହୋମର ରୋଗୀଙ୍କୁ ଲୁଟିବାର ଅଭିନବ ଉପାୟ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସହରର ୨ଟି ଘରୋଇ ନର୍ସିଂହୋମ ପକ୍ଷରୁ ରୋଗୀ ଏବଂ ତାଙ୍କର ସହଯୋଗୀଙ୍କୁ ଲୁଟିବାକୁ ଅଭିନବ ଉପାୟ ଆପଣାଇଥିବା ସୂଚନା ମିଳିଛି । ସହରର ମନକରପୁର ଓ ମେଡିକାଲ ଛକରେ ଥିବା ୨ଟି ଘରୋଇ ନର୍ସିଂହୋମ ପକ୍ଷରୁ ଅଙ୍ଗନୱାଡିକର୍ମୀ ଓ ଆଶାକର୍ମୀମାନଙ୍କୁ ଡାଏରୀ ବା ଶାଢୀ ଉପହାର ସ୍ୱରୂପ ଯୋଗାଇଦିଆଯିବା ସହ ସେହି ନର୍ସିଂହୋମରେ ଦାୟୀତ୍ୱରେଥିବା ଡାକ୍ତରଙ୍କ ଓଡିଆ ଏବଂ ଇଂରାଜୀରେ ଲେଖାଥିବା ୨ଟି ଭିଜିଟିଂ କାର୍ଡ ଧରାଇ ଦିଆଯାଇ ରୋଗୀମାନଙ୍କୁ ସେହି ନର୍ସିଂହୋମକୁ ଆକର୍ଷିତ କରି ଆଣିବାର ଏକ ଅଭିନବ ଉପାୟ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଏଭଳି ଭାବରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କିୟମାନଙ୍କୁ ସଂପୃକ୍ତ ଘରୋଇ ନର୍ସିଂହୋମକୁ ଆଣିବାର ବ୍ୟବସ୍ଥା କରାଯାଇଥିବା ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ