୨ଟି ସ୍ୱତନ୍ତ୍ର ଟ୍ରେନରେ ଆସିଲେ ସୁରତର ପ୍ରବାସୀ ଓଡିଆ

ଛତ୍ରପୁର (ଓ୍ବାଇଏନ୍ଏସ୍) : ପ୍ରବାସୀମାନେ ଏବେ ରାଜ୍ୟକୁ ଫେରୁଛନ୍ତି । ବୁଧବାର ଦିନ ଠାରୁ ବସ୍‌ରେ ସୁରତରୁ ହଜାର ହଜାର ପ୍ରବାସୀ ଗଂଜାମକୁ ଫେରୁଥିବାବେଳେ ରାଜ୍ୟସରକାର ପକ୍ଷରୁ ବସ୍ ଆସିବାକୁ ରୋକ୍ ଲଗାଇଯାଇଥିବା ହେତୁ ଏବେ ଟ୍ରେନ୍ ଯୋଗେ ହଜାର ହଜାର ଶିଶୁ, ମହିଳା ସମେତ ପ୍ରବାସୀ ଓଡିଆ ଭାଇ ମାନେ ଫେରୁଛନ୍ତି । ଗୁରୁବାର ୨ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ପୁଣି ସୁରତରୁ ପ୍ରବାସୀ ଓଡିଆ ମାନେ ଗଂଜାମ କୁ ଫେରିଛନ୍ତି । ସୁରତରୁ ୧୨୩୫ ଜଣ ପ୍ରବାସୀ ଓଡିଆକୁ ଧରି ସ୍ୱତନ୍ତ୍ର ଟ୍ରେନ ଗୁରୁବାର ଅପରାହ୍ନ ୨.୩୫ମିନିଟ ରେ ଜଗନ୍ନାପୁର ଷ୍ଟେସନରେ ପହଞ୍ଚିଥିଲା । ସେଥିରେ ଗଂଜାମ ଜିଲ୍ଲାର ୧୨୦୦ଜଣ ଥିବା ବେଳେ କଳାହାଣ୍ଡି ଜିଲ୍ଲାର ୧୩, ନୟାଗଡ ଜିଲ୍ଲାର ୧୮, କେନ୍ଦ୍ରପଡା ୪, ସୁନ୍ଦରଗଡ ଜିଲ୍ଲାର ଜଣେ ପ୍ରବାସୀ ଥିଲେ । ସେହିପରି ପୁଣି ଆଉ ଏକ ସ୍ୱତନ୍ତ୍ର ଟ୍ରେନ ସୁରତ୧୨୦୦ଜଣ ପ୍ରବାସୀ ଓଡିଆଙ୍କୁ ଧରି ଗୁରୁବାର ସନ୍ଧ୍ୟା ୬ଟାରେ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଥିଲା । ସେଥିରେ ଗଂଜାମ ଜିଲ୍ଲାର ୧୧୮୦ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ୪ଜଣ , ପୁôରୀ ଜିଲ୍ଲାର ୧୫, ଗଜପତି ଜିଲ୍ଲାର ଜଣେ ଓଡିଆ ପ୍ରବାସୀ ରହିଥିଲେ । ସମସ୍ତେ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟ ବିଭାଗର ୧୨ଟି ଆରଆର ଟିମ୍ ଏବଂ ଜିଲ୍ଲାର ୧୦ରୁ ଉର୍ଦ୍ଧ୍ୱ ଡାକ୍ତର ଉପସ୍ଥିତ ରହି ପ୍ରବାସୀ ଓଡ଼ିଆମାନଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରିଥିଲେ । ପରେ ଅନ୍ୟ ଜିଲ୍ଲାର ପ୍ରବାସୀ ଓଡିଆ ମାନଙ୍କୁ ବସ ଯୋଗେ ନିଜ ନିଜ ଜିଲ୍‌ାକୁ ପଠାଯାଇଥିଲା । ସେହିପରି ଗଂଜାମ ଜିଲ୍ଲାର ପ୍ରବାସୀ ଓଡିଆକୁ ନିଜ ନିଜ ବ୍ଲକ କୁ ପଠାଇଯାଇଥିଲା ।
ଷ୍ଟେସନରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏସ.କେ ପ୍ରିୟଦର୍ଶନୀ ଉପସ୍ଥିତ ରହି ପୁଲିସର ସୁରକ୍ଷା ବଳକୁ କିପରି କଡା କଡି ପାଳନ କରାଯିବ ସେଥି ନିମନ୍ତେ ସମୀକ୍ଷା କରିବାସହ ଦାୟିତ୍ୱରେ ଥିବା ଅଧିକାରୀ ମାନବଙ୍କ ସହ ଆଲୋଚନା କରିଥିଲେ । ସୁରତରୁ ଫେରୁଥିବା ପ୍ରବାସୀ ଓଡିଆ ମାନଙ୍କୁ ସମ୍ମାନ ସହ ବିଭିନ୍ନ ସଂଗରୋଧ ଗୃହ କିପରି ପଠାଯିବ ସେଥିନିମନ୍ତେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ , ଗଂଜାମ ଜିଲ୍ଲାପ।।ଳ ବିଜୟ ଅମୃତା କୁଲାଙ୍ଗେ, ଗଂଜାମ ଏସପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଏସପି ପିନାକ ମିଶ୍ର, ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ରାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଙ୍କ ସମେତ ପ୍ରଶାସନିକ ଅଧିକାରୀ, ପୁଲିସ, ଆରପିଏଫ ଓ ୩୦କର୍ମଚାରୀ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ସହାୟତା କରିବା ସହ କାର୍ଯ୍ୟ ଗୁଡିକୁ ତଦାରଖ କରିଥିଲେ । ସୂଚନା ଯୋଗ୍ୟ ଯେ ରବିବାର କେରଳ ଓ ସୁରତରୁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଯୋଗେ ପ୍ରବାସୀ ଓଡିଆ ମାନେ ଗଂଜାମକୁ ଆସିଥିବା ବେଳେ ସୋମବାର କେରଳରୁ ଗୋଟିଏ ଓ ସୁରତରୁ ୩ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ହଜାର ହଜାର ପ୍ରବାସୀଓଡିଆ ଭାଇ ଓ ଭଉଣୀ ମାନେ ଗଂଜାମକୁ ଫେରିଥିଲେ । ପୁଣି ମଙ୍ଗଳବାର ସୁରତରୁ ୩ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ୩୭୪୦ଜଣ ପ୍ରବାସୀ ଓଡିଆ ଗଂଜାମ କୁ ଫେରିଥିଲେ । ବୁଧବାର ୩ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ସୁରତ ରୁ ପ୍ରବାସୀ ମାନେ ଗଂଜାମ କୁ ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ