୨ଟି ୱାର୍ଡକୁ କଣ୍ଟେନ୍ମେଣ୍ଟ ଜୋନ୍ ଓ ଛୟାଳସିଂ ବଜାରକୁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତର ପଳସା ଗ୍ରାମର ୫ ଓ ୬ନଂ.ୱାର୍ଡରେ ୧୭ ଜଣ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ସ୍ଥାନୀୟ ସରପଞ୍ଚ ଚିନ୍ତାମଣି ଘଡେଇ ଦୁଇଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଓ ଛୟାଳସିଂ ବଜାରକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏହା ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ୩ ଦିନ ପାଇଁ ଲାଗୁ କରାଯାଇଛି । ଏନେଇ ପଞ୍ଚାୟତ ପକ୍ଷରୁ ବିଡିଓ, ତହସିଲଦାର, ଥାନାଧିକାରୀ ବନ୍ତ ଓ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଛୟାଳସିଂକୁ ଲିଖିତ ଅବଗତ କରାଇଛନ୍ତି ।


