୨ଠଠରୁ ଊଦ୍ଧ୍ୱ କମ୍ପାନୀରେ ୧ ଲକ୍ଷ କୋଟି ଘୋଟାଲା
ନୂଆଦିଲ୍ଲୀ, (ଏଜେନ୍ସି): ଭାରତୀୟ ଉଦ୍ୟୋଗ ଜଗତରେ ଘୋଟାଲାର ବନ୍ୟା ସୃଷ୍ଟି ହୋଇଛି । ଏହାର ଖୁଲାସା ଦେବାଳିଆ ଆଇନ୍ ଅଧିନରେ ହେଉଥିବା ଯାଞ୍ଚ ଦ୍ୱାରା ହୋଇଛି । ପ୍ରକାଶ ଯେ ୨୦୦ରୁ ଊଦ୍ଧ୍ୱର୍ କମ୍ପାନୀଗୁଡ଼ିକର ଫରେନ୍ସିକ୍ ଅଡ଼ିଟ୍ରୁ ୧ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଟଙ୍କା ଘୋଟାଲା ସମ୍ବନ୍ଧରେ ଜଣା ପଡ଼ିଛି । ଇନ୍ସଲ୍ଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସୀ କୋଡ଼୍ (ଆଇବିସି) ଅଧିନରେ କର୍ପୋରେଟ୍ ଇନ୍ସଲ୍ଭେନ୍ସି ରିଜୋଲ୍ୟୁସନ୍ର ସମ୍ମୁଖିନ ହେଉଥିବା କମ୍ପାନୀଗୁଡ଼ିକରୁ ଫଣ୍ଡ ହେର୍ଫେର୍ ହେବାର ମଧ୍ୟ ସମ୍ଭାବନା ରହିଛି । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍ବିଆଇ) ଯେଉଁ ଏକାଧିକ ହାଇ ପ୍ରୋଫାଇଲ୍ ମାମଲାକୁ ଆଇବିସି ଅଧିନରେ ରିଜୋଲ୍ୟୁସନ୍ ପାଇଁ ନାମିତ କରାଯାଇଛି, ସେଥିମଧ୍ୟରୁ ଅଧିକତର ଠକେଇ ହୋଇଥିବା ଜଣାପଡ଼ିଛି । ଏଥିପାଇଁ ସିରିୟସ୍ ଫ୍ରଡ଼୍ ଇନ୍ଭେଷ୍ଟିଗେସନ୍ ଅଫିସ୍ ପରି ଏଜେନ୍ସିଗୁଡ଼ିକ ମଧ୍ୟ ଏହାର ଭିନ୍ନ ଭାବେ ଯାଞ୍ଚ୍ କରୁଛି । ଆଶା କରାଯାଉଛି ଯେ ଏବେ କମ୍ପାନୀ ମାମଲାର ମନ୍ତ୍ରଣାଳୟ ଏହି କମ୍ପାନୀଗୁଡ଼ିକର ପ୍ରମୋଟର, ଡାଇରେକ୍ଟର ଓ କିଛି କମ୍ପାନୀଗୁଡ଼ିକର ଅଡ଼ିଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବ । ପ୍ରକାଶ ଯେ କର୍ପୋରେଟ୍ ମନ୍ତ୍ରଣାଳୟ ଉପରେ ହିଁ ଆଇବିସିକୁ ଲାଗୁ କରିବା ଦାୟିତ୍ୱ ରହିଛି । ଅଡ଼ିଟ୍ରେ ଟଙ୍କାକୁ ଏପଟ ସେପଟ କରାଯିବା ବ୍ୟତୀତ ସମ୍ବନ୍ଧିତ ପକ୍ଷ ମଧ୍ୟରେ ନେଣଦେଣ ସହିତ ଅନ୍ୟ କିଛି ପ୍ରକାରର ଠକେଇ ସମ୍ବନ୍ଧରେ ଜଣାପଡ଼ିଛି, ଯେଉଁଥିରେ ବ୍ୟାଙ୍କର ସାହାରା ମଧ୍ୟ ନିଆଯାଇଛି । ଫରେନ୍ସିକ୍ ଅଡ଼ିଟ୍ ଅଧୀନରେ ଠକେଇ ଓ ଆର୍ଥିକ ହେର୍ଫେର୍ ଆକଳନ ଓ ସାକ୍ଷୀ ସଂଗ୍ରହ କରିବା ଦୃଷ୍ଟିରୁ କୌଣସି ସଂସ୍ଥା ତଥା କମ୍ପାନୀର ଆକାଉଣ୍ଟ ଓ ନେଣଦେଣର ଯାଞ୍ଚ୍ କୌଣସି ସ୍ୱତନ୍ତ୍ର ଆକଳନ କରାଯାଇଥାଏ । ଏହା ଜେପି ଇନ୍ଫ୍ରାଟେକ୍ ପରି ମାମଲାରେ ଏହି ପ୍ରସଙ୍ଗରୁ ପରଦା ଉଠାଇଛି ଯେ ଏହାର ପ୍ୟାରେଣ୍ଟ କମ୍ପାନୀ ଜୟପ୍ରକାଶ ଆସୋସିଏଟସ୍ ବ୍ୟାଙ୍କ୍ରୁ ଲୋନ୍ ନେବା ପାଇଁ ଜେପି ଇନ୍ଫ୍ରାଟେକ୍ ନିକଟରେ ପଡ଼ିଥିବା ଜମିର କୌଣସି ପ୍ରକାରରେ ବ୍ୟବହାର କରିଛି । ଏହି ପ୍ରକାରରେ ଏମ୍ଟେକ୍ ଅଟୋ ଓ ମୂଷଣ ଷ୍ଟିଲ୍ ମାମଲାରେୀ ଠକେଇ ସମ୍ମୁଖକୁ ଆସିଛି । ଆଇବିସି ଅଧିନରେ ଆସିଥିବା ଅଧିକତର ମାମଲାରେ ନ୍ୟାସ୍ନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ (ଏନ୍ସିଏଲ୍ଟି) ଦ୍ୱାରା ନିଯୁକ୍ତ ରିଜୋଲ୍ୟୁସନ୍ ପ୍ରଫେସ୍ନାଲ୍ସ ଫରେନ୍ସିକ୍ ଅଡ଼ିଟ୍ କରୁଛନ୍ତି । କିଛି ମାମଲାରେ ଋଣଦାତା ଇନ୍ସଲ୍ଭେନ୍ସି ପ୍ରୋସେସ୍ ପାଇଁ କମ୍ପାନୀଗୁଡ଼ିକୁ ଏନ୍ସିଏଲ୍ଟିରେ ପଠାଯିବା ପୂର୍ବରୁ ସେମାନଙ୍କର ଫରେନ୍ସିକ୍ ଅଡ଼ିଟ୍ କରିଥିଲେ । ପ୍ରକାଶ ଯେ ଡିସେମ୍ବର ୨୦୧୬ରେ କର୍ପୋରେଟ୍ ଇନ୍ସଲ୍ଭେନ୍ସି ରିଜୋଲ୍ୟୁସନ୍ର ନିୟମ ଲାଗୁ ହେବା ପର ଠାରୁ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ୧୪୮୪ମାମଲା ଆଇବିସି ଅଧିନରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଣାଯାଇଛି । ଏଥିରେ ୯୦୦ମାମଲା ସମାଧାନ ବାକି ରହିଛି ।