୨ଠରୁ ରାଜ୍ୟସଭା ଅଧିବେଶନ
ନୂଆଦିଲ୍ଲୀ (ଏଜେନ୍ସି): ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଚଳିତ ମାସ ୧୭ତାରିଖରୁ ଆରମ୍ଭ ହେବ । ଅଧିବେଶନ ଆରମ୍ଭ ଦିନରୁ ନିର୍ବାଚିତ ଏମ୍ପିମାନେ ଶପଥ ପାଠ କରିବେ । କାମଚଳା ବାଚସ୍ପତି ସଦସ୍ୟମାନଙ୍କୁ ୧୯ତାରିଖ ପର୍ଯ୍ୟନ୍ତ ଶପଥ ପାଠ କରାଇବେ । ୨୦ ତାରିଖରେ ପାର୍ଲାମେଣ୍ଟ ସେଣ୍ଟ୍ରାଲ୍ ହଲ୍ରେ ବସିବ ଉଭୟ ସଦନର ମିଳିତ ବୈଠକ । ପରମ୍ପରାକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ମିଳିତ ଅଧିବେଶନରେ ଉଦ୍ବୋଧନ ଦେବେ । ୨ଠ ତାରିଖରୁ ହିଁ ଆରମ୍ଭ ହେବ ରାଜ୍ୟସଭାର ଅଧିବେଶନ । ଏହି ଅଧିବେଶନ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଚ୍ଚ ସଦନର ସଚିବାଳୟ ସୂତ୍ରରୁ ସୋମବାର ଏହା ପ୍ରକାଶ କରାଯାଇଛି । ଅନ୍ୟପକ୍ଷରେ ଲୋକସଭା ଅଧିବେଶନ ୧୭ ତାରିଖରୁ ଆରମ୍ଭ ହେଉଥିବାରୁ ୧୯ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏହି ଅଧିବେଶନ କାଳରେ ନୂଆ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ଏଥର ସେହି ସୌଭାଗ୍ୟର ଅଧିକାରିଣୀ ହେବେ ।