୨ଠ୧୭ ତୁଳନାରେ କମିଛି ୫୯୭ ଏଟିଏମ୍

ନୂଆଦିଲ୍ଲୀ, (ଏଜେନ୍ସି): ୨୦୧୭ ତୁଳନାରେ ୨୦୧୯ରେ ଏଟିଏମ୍ ସଂଖ୍ୟାରେ ହ୍ରାସ୍ ଘଟିଥିବା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍ବିଆଇ) ପକ୍ଷରୁ ପ୍ରକାଶ କରାଯାଇଛି । ସୂଚନାନୁସାରେ ୨୦୧୯ରେ ୫୯୭ଏଟିଏମ୍ କମିଛି । ୨୦୧୭ଶେଷ ସୁଦ୍ଧା ଏଟିଏମ୍ ସଂଖ୍ୟା ୨,୨୨,୩୦୦ଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ୩୧ ଯାଏଁ ହ୍ରାସ୍ ପାଇ ୨,୨୧,୭୦୩ ରହିଛି । ଆର୍ବିଆଇ ଏହି ରିପୋର୍ଟ ‘ବେଞ୍ଚ୍ମାର୍କିଂ ଇଣ୍ଡିଆ ପେମେଣ୍ଟ ସିଷ୍ଟମ’ ନାମରେ ଜାରି କରାଯାଇଛି । ରିପୋର୍ଟ ଅନୁସାରେ ଭାରତରେ ଯେତିକି କ୍ୟାସ୍ ସର୍କୁଲେସନ୍ ହୋଇଥାଏ, ସେହି ଅନୁସାରେ ଏଟିଏମ୍ର ବ୍ୟବହାର ଅତ୍ୟନ୍ତ କମ୍ । ବର୍ତ୍ତମାନ ଭାରତରେ ଏଟିଏମ୍ ସଂଖ୍ୟାରେ ହ୍ରାସ୍ ହୋଇଥିଲେ ହେଁ ୨୦୧୨ ଠାରୁ ୨୦୧୭ ମଧ୍ୟରେ ଭାରତ କେବଳ ଚୀନ୍ ଠାରୁ ପଛରେ ରହିଥିଲା । ଅଧ୍ୟୟନ୍ ଅନୁସାରେ ୬ବର୍ଷ ମଧ୍ୟରେ (୨୦୧୨ରୁ ୨୦୧୭) ଏଟିଏମ୍ ସଂଖ୍ୟା ପାଖାପାଖି ଦୁଇଗୁଣା ହୋଇଛି । ୨୦୧୨ରେ ୧୦,୮୩୨ଲୋକଙ୍କ ଉପରେ ଏକ ଏଟିଏମ୍ ଥିବା ବେଳେ ୨୦୧୭ରେ ୫,୯୧୯ଲୋକଙ୍କ ଗୋଟିଏ ଏଟିଏମ୍ ରହିଛି । ତେବେ ଏଟିଏମ୍ର ବର୍ଦ୍ଧିତ ଗଣନାକୁ ଯଦି ଜନସଂଖ୍ୟା ଦୃଷ୍ଟିରେ ଦେଖାଯାଲ ତେବେ ଏହାର ଅଭିବୃଦ୍ଧି ହାର କମିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ